ହରଭଙ୍ଗା ବ୍ଲକଅଧ୍ୟକ୍ଷା ଙ୍କ ସମସ୍ତ ପଂଚାୟତ ଗସ୍ତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକଅଧ୍ୟକ୍ଷା ସ୍ନେହ ଲତା ପ୍ରଧାନ ତଥା ବରିଷ୍ଠ ବିଜେପି ନେତା, ରାଜନୈତିକ ମ୍ୟାଜିକ ମ୍ୟାନ ସରୋଜ କୁମାର ପ୍ରଧାନ ଙ୍କ ଧର୍ମ ପତ୍ନୀ ବ୍ଲକ ର ସମସ୍ତ ପଂଚାୟତ ଗସ୍ତ ରେ ବାହାରିଥିବାର ସୂଚନା ମିଳିଛି!ଆଗାମୀ 5ବର୍ଷ କେମିତି ହରଭଙ୍ଗା ବ୍ଲକ ର ପ୍ରତି ପଞ୍ଚାୟତ, ଓ ବ୍ଲକ ର ସମସ୍ତ ନାଗରିକ ସରକାରୀ ଯୋଜନା ପାଇ ପାରିବେ, ନିଜର ନାଗରିକ ଅଧିକାର ରୁ ବଞ୍ଚିତ ନ ହେବେ, ଠକାମୀର ଶିକାର ନ ହେବେ ତାହା ଉପରେ ପ୍ରତି ପଂଚାୟତ ଯାଇ ଜନସାଧାରଣ ଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ!ଚଳିତ ବର୍ଷ ବିଜେଡି ଦୁର୍ଗ ଭାଙ୍ଗି ବିଜେପି ନିଜର ଆଧିପତ୍ୟ ବ୍ଲକ ରେ ବିସ୍ତାର ଓ ବିକାଶ ର ଧାରାକୁ ଆଗକୁ ନେବାପାଇଁ ପ୍ରୟାସ କରୁଥିବା ବେଳେ ବିଜେଡି ଏହି କାର୍ଯ୍ୟ କୁ ଦେଖି ତାଟିଆ କାମୁଡୁଛି!ଅଧକ୍ଷା ଓ ଶ୍ରୀ ପ୍ରଧାନ ଙ୍କ ଏହି କାର୍ଯ୍ୟକ୍ରମ କୁ ବ୍ଲକ ବାସି ଭୁରି ଭୁରି ପ୍ରଶଂସା କରିବା ସହିତ ଆଗାମୀ ଦିନରେ ନିଶ୍ଚିତ ସାଧାରଣ ଜନତା ଙ୍କ ବିକାଶ ହେବ ବୋଲି ଆଶା ବାନ୍ଧିଛନ୍ତି।

Post a Comment

Previous Post Next Post