ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ସମୟର ୧ ଜେସିବି ଓ ୨ ଟ୍ରାକ୍ଟର ଜବତ ।


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ସମୟର ୧ ଜେସିବି ଓ ୨ ଟ୍ରାକ୍ଟର ଜବତ। ଥାନାରେ ମାଳମାଳ ଜବତ ଗାଡ଼ି ରଖିବାକୁ ଜାଗା ନାହିଁ। 

 ବାଲିଆପାଳ ପୋଲିସ ଶୁକ୍ରବାର ରାତିରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ସମୟର ୧ଟି ଜେସିବି ଓ ୨ଟି ଟ୍ରାକ୍ଟର ଜବତ କରି ଥାନାରେ ଅଟକ ରଖିଛି।ବେଆଇନ ବାଲି ଓ ପଥର ଚୋରା ଚାଲାଣ ହେଉଥିବା ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ଟ୍ରାକ୍ଟର, ଡମ୍ପର, ମିନି ଟ୍ରକ ଆଦି ଜବତ କରି ଥାନାରେ ଅଟକ ରଖିଛି। ଯାହାକି ଥାନାରେ ଗାଡ଼ି ରଖିବା ପାଇଁ ଜାଗା ନାହିଁ।ବାଲିଆପାଳ ପୋଲିସ ବେଶ୍ କିଛିଦିନ ହେବ ସକ୍ରିୟ ହୋଇଉଠିଥିବାର ଦେଖିବାକୁ ମିଳିଛି। ବେଆଇନ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ କୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷ ରୁ ଘନ ଘନ ଚଢ଼ାଉ ଜାରି ରହିଛି। ସେହି ପରି ଚଢାଉ ପ୍ରତି ମାଫିଆ ମାନେ ତୀକ୍ଷଣ ନଜର ରଖି ଚୋରା ଚାଲାଣର ସାମ୍ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେହିପରି ଅଦିନିଆ ବର୍ଷା ର ସୁଯୋଗ ନେଇ ମାଫିଆ ମାନେ ପାରୁଳିଆସ୍ଥ ସୁବର୍ଣ୍ଣରେଖା ପୋଲ ତଳେ ଶୁକ୍ରବାର ରlତିରେ ବେଆଇନ ବାଲି ଚୋରା ଚାଲାଣ କରୁଥିବାର ବାଲିଆପାଳ ଆଇ ଆଇ ସି ପର୍ଶୁରାମ ସାହୁ ଖବର ପାଇଥିଲେ। ଖବର ମୁତାବକ ଶ୍ରୀ ସାହୁ ସଦଳବଳେ ବାଲି ଚୋରା ଚାଲାଣ ସ୍ଥାନରେ ପହଞ୍ଚିବାରୁ ଡ୍ରାଇଭର ମାନେ ଗାଡି ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରୁ ୧ଟି ଜେସିବି ଓ ୨ ଟ୍ରାକ୍ଟର ଜବତ କରି ଥାନାରେ ଅଟକ ରଖିଛି। ଉକ୍ତ ଗାଡି ଗୋଡିକୁ ତହସିଲକୁ ହସ୍ତାନ୍ତର କରାଯିବାର ସୂଚନା ମିଳିଛି। 


ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post