ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଜି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ସମଗ୍ର ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ମା'ସରସ୍ବତୀ ଦେଵୀ ଙ୍କୁ ପୂଜା ଅର୍ଚନା କରାଯାଇଥିଲା। କୋଭିଡ କଟକଣା ଅନୁଯାୟୀ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଆସି ମା ବାଗଦେବି ଙ୍କୁ ପୂଜା ଅର୍ଚନା କରିଥିଲେ। ଏହି ଅବସରରେ ନୂତନ ଶିଶୁ ମାନଙ୍କର ଖଡ଼ି ଛୁଆଁଇବା ପାଈଁ ଅଭିଭାବକ ଓ ଅଭିଭାବିକା ମାନେ ଶିଶୁ ମାନଙ୍କ ଆଣି ବିଦ୍ୟାଳୟରେ ପୂଜା ପାଉଥିବା ମା'ସରସ୍ବତୀଙ୍କ ନିକଟରେ ପୂଜା ଅର୍ଚନା କରି ଶିଶୁ ମାନଙ୍କୁ ଖଡ଼ି ଛୁଆଁଇଥିଲେ।ପ୍ରଥମ କରି ଶିଶୁ ସାଇ ଶିଭମ ସିଂ ଙ୍କୁ ପୁରୋହିତ ଖଡ଼ି ଛୁଆଁଇ ଥିଲେ।ସେହିପରି ବିଭିନ୍ନ ଅଂଚଳରେ ପୂଜା ଅନୁଷ୍ଠିତ ହୋଇଥିଲା ।
ହରଭଙ୍ଗା :ମା ସରସ୍ବତୀ ପୂଜା ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment