ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗ


ବୌଦ୍ଧ,(ହୃଦାନନ୍ଦ ମେହେର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ଉଷ୍ମତା ସେତିକି ଜୋର ଧରୁଛି । କେଉଁଠି ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ର ଅଭିଯୋଗ ହେଉଛି ତ କେଉଁଠି ଉଭୟ ଗୋଷ୍ଟୀ ମଧ୍ୟରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ଥିବା ସରକାରୀ ଗୃହ ( ମିଶନ ଶକ୍ତି ଓ ଗ୍ରାମ ସେବକ ଗୃହ ) ରେ ରାଜନୈତିକ ବୈଠକ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ରୁ ପ୍ରକାଶ ଯେ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ସୁମତି ଜଗଦଲା ଓ ତାଙ୍କ ସମର୍ଥକ ମାନେ ସରକାରୀ ଗୃହ ରେ ନିଜର ରାଜନୈତିକ ବୈଠକ ଓ ଭୋଜି ଭାତ ପ୍ରତ୍ୟେକ ଦିନ କରୁଛନ୍ତି । ଯାହା ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ହେଉଛି ବୋଲି ପ୍ରତିପକ୍ଷ ପ୍ରାର୍ଥୀନୀ ସୁଜାତା ଭୋଇ ଅଭିଯୋଗ କରିଛନ୍ତି । କଣ୍ଟାମାଳ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ ଏହାର ଏକ କିତା ନକଲ ରାଜ୍ୟ ନିର୍ବାଚନ କମିଶନ,ବୌଦ୍ଧ ଜିଲ୍ଲାପାଳ,ନିର୍ବାଚନ ପର୍ଯ୍ୟବେକ୍ଷକ ବୌଦ୍ଧ ଜିଲ୍ଲା, ଓ ମନମୁଣ୍ଡା ଥାନା ଅଧିକାରୀ ଙ୍କ ନିକଟକୁ ପଠା ଯାଇଛି ।


ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

Previous Post Next Post