ବଲାଙ୍ଗିର,(ଆଜତକ୍ ଓଡ଼ିଶା): ସେଣ୍ଟ୍ରିଂ ଖୋଲିଲା ବେଳେ କଂକ୍ରିଟ ଖଣ୍ଡ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଚିକଲବାହାଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କନିଷ୍ଟ ଭୋଇ।ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ କନିଷ୍ଟ। ଘରର ଛାତ ପଡ଼ିଯାଇଥିଲା। ଆଜି ସକାଳେ ସେଣ୍ଟ୍ରିଂ ଖୋଲା ଯାଉଥିଲା। ତେବେ ସେଣ୍ଟ୍ରିଂ ଖୋଲିବା ବେଳେ ହଠାତ ଏକ ବଡ଼ କଂକ୍ରିଟ ଖଣ୍ଡ ତାଙ୍କ ଉପରେ ଖସି ପଡ଼ିଥିଲା।ତାହା କନିଷ୍ଟଙ୍କ ଉପରେ ପଡ଼ିଥିଲା।ସ୍ଥାନୀୟ ଲୋକେ କନିଷ୍ଟକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ।
Post a Comment