କଂଟାବାଞ୍ଜି,(ଆଜତକ୍ ଓଡ଼ିଶା) ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ନିର୍ବାଚନ ପାଇଁ ଉଠୁଛି ପଡୁଛି ରାଜନିତି । ରାଜନେତା ମାନେ ନିଜ ଦଳିୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ଓଲ୍ଲାଇଛନ୍ତି । ତେବେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳିର ୭ଟି ଜିଲ୍ଲା ପରିଷଦ ଜୋନ ପାଇଁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ତଥା ପୁର୍ବତନ କଂଟାବାଞ୍ଜି ବିଧାୟକ ଆୟୁବ ଖାଁ ଏବେ ନିଜ ଦଳିୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଆୟୁବ ଖାଁ ବର୍ତମାନ ସମୟରେ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ପଦରେ ଥିବା ବେଳେ ସେ କଂଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପରାସ୍ତ କରି ୨୦୦୪ରେ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରଥମେ ବିଧାୟକ ହୋଇଥିଲେ । ପରେ ୨୦୧୪ରେ ବିଜୁ ଜନତା ଦଳରୁ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ଏବେ ଜିଲ୍ଲା ପରିଷଦର ୭ଟି ଜୋନର ବିଭିନ୍ନ ଗାଁରେ ନିଜର ଦଳିୟ କର୍ମୀ ମାନଙ୍କୁ ନେଇ ଭୋଟ ପ୍ରଚାର କରୁଛନ୍ତି । କୋଭିଡ ନିୟମକୁ ପାଳନ କରବା ପାଇଁ ପୁର୍ବରୁ ଏକ ସାମ୍ବାଦିକ ସମ୍ମିଲନିରେ ପ୍ରାର୍ଥୀ ମାନଙ୍କୁ କହିଥିବା ବେଳେ ନିଜେ କୋଭିଡ ନିୟମ ପାଳନ କରି ଲୋକଙ୍କ ପାଖକୁ ଯାଇ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ କରିଥିବା ଯୋଜନା ଉପରେ ସଚେତନ କରୁଛନ୍ତି । ପୁର୍ବତନ ବିଧାୟକ ଆୟୁବ ଖାଁଙ୍କ କହିବା ଅନୁସାରେ ଏଥର ୭ ଟି ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ହାସଲ କରିବେ । ହାଜି ମହମ୍ମଦ ଆୟୁବ ଖାଁ ଏବଂ ତାଙ୍କ ପୁତ୍ର ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଫିରୋଜ ଖାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟ ରେ ଲୋକ ମାନ ଙ୍କୁ ସଚେତନ କରୁଛନ୍ତି, ଗାଁ ଗାଁ ରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଉଛି
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପୁର୍ବତନ ବିଧାୟକ ଆୟୁବ ଖାଁ
ଆଜତକ ଓଡ଼ିଶା
0
Post a Comment