ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବ୍ଲକରେ ଗତ ୨୦ତାରିଖରେ ତୃତୀୟ ପଯ୍ୟୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ବ୍ଲକରେ ୨୨ଟି ପଂଚାୟତର ୩ସହ ବୁଥରେ ୮୧.୦୨ପ୍ରତିଶତ ମତଦାନ ହୋଇଛି। ପଂଚାୟତ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ଆସନ ପାଈଁ ଅଙ୍କକସା ।ଚଳିତ ନିର୍ବାଚନ ରେ ବ୍ଲକ ଅଧ୍ଯକ୍ଷ ଆସନଟି ମହିଳାଙ୍କ ପାଈଁ ରହିଛି। ଏହି ଆସନ ପାଈଁ ମ୍ୟାଜିକ ସଂଖ୍ୟା ରହିଛି ୧୨। ବ୍ଲକ ଅଧ୍ଯକ୍ଷ ଆସନ ହାତେଇବା ଲାଗି ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ।ଏବେ ଅଧିକାଂଶ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କୁ ମନେଇବା ପାଈଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା ।ଏବେ ଦୁଇ ଶିବିରରେ ଅଜ୍ଞାତବାସରେ ରହିଛନ୍ତି ସମିତିସଭ୍ୟ ପ୍ରାର୍ଥୀ ମାନେ। ଆସନ୍ତା ୨୬ ରୁ ୨୮ତାରିଖରେ ହରଭଙ୍ଗା ବ୍ଲକରେ ଭୋଟ ଗଣତି ହେବ।ଗଣତି ପୂର୍ବରୁ ଅଧିକାଂଶ ସମିତି ସଭ୍ୟ ପ୍ରାର୍ଥୀ ମାନେ ଦୁଇ ଶିବିରରେ ଅଜ୍ଞାତବାସ ରେ ଆତ୍ମୋଗୋପନ କରୁଛନ୍ତି।ରେସରେ ଥିବା ପ୍ରାର୍ଥୀ ଓ ସମର୍ଥକଙ୍କ ଘୋଡା ବେପାର ମଧ୍ୟ ଆରମ୍ଭ ହୋଇ ଯାଉଥିବା ଆଲୋଚନା ହେଉଛି। ତେବେ ଆସନ୍ତା୨୬ ରୁ ୨୮ତାରିଖ ଗଣତି ପରେ ସ୍ପଷ୍ଟ ହେବ କେଉଁ ସମିତି ଆସନ ଅକ୍ତିଆର କରୁଛି ।
ହରଭଙ୍ଗା ବ୍ଲକ : ଅଧ୍ଯକ୍ଷ ଆସନ ପାଈଁ ଅଜ୍ଞାତବାସ ରେ ସମିତି ସଭ୍ୟ ପ୍ରାର୍ଥୀ
ଆଜତକ ଓଡ଼ିଶା
0
Post a Comment