ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେନିଗଡ଼ ଗ୍ରାମ ପଞ୍ଚାୟତ ର ମାଧପୁର ଠାରେ ଖୁଦ୍ର କୁଟୀର ଶିଳ୍ପ ର ବିକାଶ କାର୍ଯ୍ୟକ୍ରମ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେନିଗଡ଼ ଗ୍ରାମପଞ୍ଚାୟତ ର ମାଧପୁର ଠାରେ ନlବାର୍ଡ ସହାୟତା ରେ ପିସଫୁଲ ସୋସାଇଟି ସହଯୋଗ ରେ ବାଣୀଶ୍ରୀ ପ୍ରଡୁସର କମ୍ପାନୀ ର ଏକ ଗ୍ରାମୀଣ ଦୋକାନ ଅଛି।ଯେଉଁ ଟା କି୨୦୨୦ ମସିହା ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା।ଏହି ଦୋକାନ ରେ ଲୋକମାନଙ୍କ ପାଖରୁ ଜଙ୍ଗଲ ଜାତ ଦ୍ରବ୍ୟ ଯଥା-ହଳଦୀ, ଝୁଣା, ମହୁ, ଫୁଲଝାଡୁ, ହରିଡା, ବହାଡ଼ା, ମାଣ୍ଡିଆ, ଅଁଳା ପ୍ରଭୃତି କଞ୍ଚାମାଲ କିଣା ଯାଇଥାଏ ଏବଂ ସେଗୁଡିକ ପୁନହ ପ୍ରସ୍ତୁତ କରି ସୁଲଭ ଦରରେ ଆଖ ପାଖ ର ପ୍ରାୟ ୨୦/୨୫ ଟା ଦୋକାନ ଓ ପାଖ ପଡୋଶୀ ଜିଲ୍ଲା ମାନଙ୍କୁ ଯୋଗାଇ ଦିଆ ଯାଇଥାଏ ।ଏହାର ମୂଳ ଉଦେଶ୍ୟ ହେଲା ଆଖ ପାଖ ଅଂଚଳର SHG ଗ୍ରୁପ ର ମହିଳା ମାନଙ୍କୁ ସ୍ୱଭାବଲମ୍ବୀ କରିବା, ଆର୍ଥିକ ଦୁରବସ୍ଥା ସୁଧାରିବା ।


ମହିଳା ମାନଙ୍କୁ ବାର୍ଡ ତରଫରୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆ ଯାଇଥାଏ ।SHG ଗ୍ରୁପ ର ମହିଳା ମାନଙ୍କୁ ଖଲି ଚଉତି ତିଆରି, ବ୍ୟାଗ ସିଲେଇ, ହଳଦୀ ରୁ ଗୁଣ୍ଡ ହଳଦୀ ପ୍ରସ୍ତୁତ, ଧୂପକାଠି ତିଆରି, ମିଶଚର ତିଆରି ଇତ୍ୟାଦି ଅନେକ ତାଲିମ ନବାର୍ଡ ତରଫରୁ ଦିଆ ଯାଉଛି ।ଯାହା ଫଳରେ ଏ ଅଂଚଳର ଅନେକ SHG ଗ୍ରୁପ ର ମା ମାନେ ସ୍ୱଭାବଲମ୍ବୀ ହେବା ସହିତ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।ଏଥିପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଋଣ ଆକାରରେ ଯୋଗାଇ ଦିଆଯାଇଛି ।ଏହା ହେବା ଦ୍ୱାରା ଖାଉଟି ମାନେ ଠିକ ଜିନିଷ ଉଚିତ ମୂଲ୍ୟ ରେ ପାଇ ପାରୁଛନ୍ତି ।ଏବଂ ଏହାର ଚାହିଦା ମଧ୍ୟ ଦିନ କୁ ଦିନ ବଢ଼ିବାରେ ଲାଗିଛି ।ଏହାର ଦୈନିକ ବିକ୍ରି ପ୍ରାୟ ୫୦୦୦/୬୦୦୦ ହେଉଥିବାର ସୂଚନା ମିଳୁଛି । ଏଣୁ ଆଗକୁ ଯଦି ପ୍ରଶାସନ ତରଫରୁ ଆଉ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ ତା ହେଲେ ଅଞ୍ଚଳ ରେ ଖୁଦ୍ର କୁଟୀର ଶିଳ୍ପ ର ବିକାଶ ଦ୍ବିଗୁଣିତ ହେବ ବୋଲି ଆଶା କରାଯାଉଛି ।

Post a Comment

Previous Post Next Post