ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଜି ସରାଭାରତ ବର୍ଷରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଏହି ଦିବସ କୋଭିଡ କଟକଣା ଭିତରେ ପାଳିତ ହୋଇଛି!ସର୍ବ ପ୍ରଥମେ ଜାତୀୟ ପତାକାକୁ ସମ୍ମାନ ଦେଇ ଜାତୀୟ ସଂଗୀତ ଗାନ ସହିତ ଆଜିର ଦିନରେ ୧୯୫୦ମସିହାରେ ତିଆରି ହୋଇଥିବା ସମ୍ବିଧାନ ର ନୀତି ଆଦର୍ଶ କୁ ସମ୍ମାନ ଦେଇ ଏହି କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ପରିସରରେ ବ୍ଲକ କର୍ମଚାରୀ, ତହସିଲ, ହରଭଙ୍ଗା ଓ ପୁରୁଣାକଟକ ଥାନା, ବ୍ଲକ ର ୨୨ଟି ପଂଚାୟତ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ, ବିଭିନ୍ନ କ୍ଳବ, ଧଳପୁର ପଶୁ ଡାକ୍ତର ଖାନା, ରାମଗଡ ଡାକ୍ତର ଖାନା, ପୁରୁଣାକଟକ ମଣ୍ଡଳ ର ବିଜେପି କାର୍ଯ୍ୟାଳୟ, ରାମଗଡ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆଦି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ହରଭଙ୍ଗା ବ୍ଲକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment