ଇକଡ଼ପାଳ ପ୍ରିମିୟମ ଲିଗ (IPL )ଆରମ୍ଭ


ବାଲେଶ୍ବର, (ଆଜତକ୍ ଓଡ଼ିଶା) ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଇକଡ଼ପାଳ ରେ IPL କ୍ରିକେଟ ଖେଳ ଆରମ୍ଭ ହେଇଛି ।ଆଠଟି ଟିମକୁ ନେଇ ଏହି ଖେଳ ହେବ ଆଜି ଜାମକୁଣ୍ଡା ଏବଂ ମଧୁପୁରା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା ସେଥିରେ ଜାମକୁଣ୍ଡା ଟସ ଜିତି ଫିଲଡିଙ୍ଗ ନିଷ୍ପତି ନେଇଥିଲେ ଓ ମଧୁପୁରା କୁ ବେଟିଙ୍ଗ କରିବାକୁ ନିମନ୍ତ୍ରଣ କରିଥିଲେ । ୧୫ ଓଭର ଖେଳ ଶେଷସୁଧା ଜାମକୁଣ୍ଡା ୧୦୬ ରନ କରିଥିଲେ ତା ଜବାବରେ ମଧୁପୁରା ୧୩.୪ଓଭର ରେ ୫ ଓଇକେଟ ହରାଇ ୧୦୭ ରନ କରି ଟିମକୁ ଜିତି ନେଇଥିଲେ । 


ଖେଳ ପରିଚାଳନା କରୁଥିଲେ ଜୟାନନ୍ଦ ଜେନା ଓ ଦୀପକ ଜେନା, ମୁଖ୍ୟ ଅତିଥି ପ୍ରଦୀପ ସି ନଡ଼ିଆ ଭାଙ୍ଗି ଫିତା କାଟି ଉଦ୍ଘାଟନ କରିଥିଲେ , କମିଟି ସଦସ୍ୟ ଉତ୍ତମ କୁମାର ପିଳା, ବଳରାମ ବେହେରା, ଶକ୍ତିପଦ ବେହେରା, ଅନନ୍ତ ବେହେରା, ତପନ କୋଇଲା, ନିର୍ମଳ ପରିଡା ଓ ଗଦାଧର ବେହେରା।

Post a Comment

Previous Post Next Post