ଅମର୍ବ୍ଦାରୋଡ ନଟାକଟା ପଞ୍ଚାୟତରେ ହାତୀ ଆତଙ୍କ: ୫୦ କୁଣ୍ଟାଲ ଉର୍ଦ୍ଧ ଧାନ ନଷ୍ଟ ଓ ଗଛ ଭାଙ୍ଗିଲେ


ବାଲେଶ୍ବର,(ଆଜତକ୍ ଓଡ଼ିଶା) ବାଲେଶ୍ଵର ଜିଲ୍ଲା,ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତାବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଗତକାଲି ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳ ଡେଙ୍ଗା ଆମ୍ବ ଜଙ୍ଗଲରୁ ୧୮ଟି  ହାତୀପଲ ଅମର୍ଦ୍ଦାରୋଡ଼ ଗେଟବଜାର ନିକଟସ୍ଥ ନାରାୟଣପୁର ସ୍ଥିତ ରେଳଲାଇନ ଡେଇଁ ନଟାକଟା ପଞ୍ଚାୟତର ନାରାୟଣପୁର ଗ୍ରାମର ଜନାର୍ଦ୍ଦନ ଦାସ ଘର ଅନିତ ଦୂରରେ ଥିବା ପୋଲ ଦେଇ ନାରାୟଣପୁର, ଚାରିଗାଁ, ବଡଚାରିଗାଁ,ବସନ୍ତପୁରକୁ ଗ୍ରାମରେ ପଶି ଧାନ ଓ ଗଛଲତା ଭାଙ୍ଗି ବ୍ୟାପକ କ୍ଷୟ କ୍ଷତି କରିଥିବା ଦେଖିବାକୁ ମିଳିଛି। ଏଥିସହିତ ଏହି ହାତୀପଲ ଧାନ ବିଲ ଭିତରେ ଓ ଘରେ ପଶି ଅନେକଙ୍କ ପ୍ରାୟ ୫୦ କୁଣ୍ଟାଲ ରୁ ଉର୍ଦ୍ଧ ବିଲରେ ଥିବା ଧାନ ଓ କଟାଯାଇ ଘର ଖଳାରେ ବୋରାରେ ବାନ୍ଧି ରଖାଯାଇଥିବା ଧାନକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି।


 ଘଟଣାରୁ ପ୍ରକାଶ ଶନିବାର ରାତ୍ରୀ ପ୍ରାୟ ୭/୮ ଘଟିକା ସମୟରେ ହାତୀପଲ ନାରାୟଣପୁର ଗ୍ରାମର ଆଶୁତୋଷ ରାଉଳ,ରାମହରି ଦାସ ଓ ପଦଲୋଚନ ମନ୍ତ୍ରୀ ଘର ବାଡ଼ିରେ ପଶି ଗଛଲତା ଭାଙ୍ଗିବା ସହ ବ୍ୟାପକ କ୍ଷତି କରିଥିଲେ।ସେହିପରି ଶ୍ୟାମସୁନ୍ଦରପୁର ଗ୍ରାମର ସୁକାନ୍ତ ପରିଡ଼ା ବିଲରେ ଖାଇବା ଶହ ଦଳି ଚକଟି ସମ୍ପୂର୍ଣ୍ଣ ଧାନ ଫସଲ ନଷ୍ଟ କରିଛିନ୍ତି


ବସନ୍ତପୁର ଗ୍ରାମର ରାସବିହରି ଦାସ ଓ ବସନ୍ତ ଦାସଙ୍କ ଘରେ କଟାଯାଇ ରଖାଯାଇଥିବା ଧାନ ସମ୍ପୂର୍ଣ୍ଣ ନଷ୍ଟ କରିବା ସହ ବାଡ଼ିରେ ଥିବା ଆମ୍ବ,ନଡ଼ିଆ ଗଛ,କଦଳୀ ଗଛ ଓ ଏଜବେଷ୍ଟର ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି।ବଡ଼ଚାରି ଗାଁ ଗ୍ରାମର ଗଙ୍ଗାଧର ଦାସ, ରମେଶ ଚନ୍ଦ୍ର ଦାସ,ନିମାଇ ବେହେରା, ଧନଞ୍ଜୟ ସେନାପତି ଙ୍କ ଧାନ ବିଲରେ ପ୍ରାୟ ୨/୩ ଏକର ଜମିର ଧାନ ଫସଲ ସମ୍ପୂର୍ଣ ନଷ୍ଟ କରିଛନ୍ତି।ବାଲେଶ୍ଵର ବନ ବିଭାଗର ଏସି ଏଫ ସୁଶାନ୍ତ ଜେନାଙ୍କ ନେତୃତ୍ବରେ  ରେ ୧୫ଜଣିଆ ଟିମ ଓ ସ୍ଥାନୀୟ ଲୋକେ ମିଶି ହାତୀ ମାନଙ୍କୁ ଘଉଡାଇବାରେ ସଫଳ ହୋଇଥିଲେ ହେଁ ଗତକାଲି ରାତ୍ରୀରେ ହାତୀଙ୍କ ଉତ୍ପାତ ଗ୍ରାମବାସୀଙ୍କୁ ଅତିଷ୍ଠ କରିଦେଇଥିଲା।

Post a Comment

Previous Post Next Post