ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା)  ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ  ଦଳବେହେରା ଆଜି  ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ତ୍ରୟ ମାସିକ  ପରିଦର୍ଶନ ରେ ଯାଇଥିଲେ । ରାମକୃଷ୍ଣ ବାଳାଶ୍ରମ ର ସମସ୍ତ  ରେକର୍ଡ ପତ୍ର  ଯାଞ୍ଚ କରିବାସହ  ବାଳାଶ୍ରମ ର ଅନ୍ତେବାସୀ ମାନଙ୍କ ସହ ମିଶି ସେମାନଙ୍କୁ ପାଠପଢା, ସ୍ୱାସ୍ଥ୍ୟ ବିଷୟରେ ବୁଝିଥିଲେ । ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ସହିତ  ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଳାଶ୍ରମ ର ଦଶମ ଶ୍ରେଣୀ ଛାତ୍ରୀ  ପଦ୍ମିନୀ ମଲ୍ଲିକ ନିଜେ ସୁନ୍ଦର ଗୀତଟିଏ ଗାଇବା  ସହ ନିଜ ହାତ ରେ ଅଙ୍କିଥିବା ଚିତ୍ର ଗୁଡିକୁ ଦେଖାଇଥିଲା । ଶ୍ରୀମତୀ ଦଳବେହେରା ପଦ୍ମିନୀ କୁ ପ୍ରଶଂସା କରିଥିଲେ । ବାଲାଶ୍ରମ ରେ ଅନ୍ତେବାସୀ ଙ୍କ ପାଇଁ ପ୍ରସ୍ତୁତ ହେଉଥିବା  ଖାଦ୍ୟ ତାଲିକା ଦେଖିବା ସହ ରୋଷେଇ ଗୃହ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଭଣ୍ଡାର ଗୃହ, ଡର୍ମିଟରୀ, ଛାତ୍ରଛାତ୍ରୀ ଙ୍କ ଶୌଚାଳୟ ବୁଲି ଦେଖିଥିଲେ । ବାଳାଶ୍ରମ ରେ 60ଜଣ  ଅନ୍ତେବାସୀ ଥିବା ସହ  ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ  ଥିବା ର ମଧ୍ୟ ପ୍ରକାଶ କରିଥିଲେ । ଏହି ପରିଦର୍ଶନ ସମୟରେ  ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ସାକ୍ଷୀ ଗୋପାଳ ପ୍ରଧାନ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ରାହୁଲ ପ୍ରଧାନ, ସୁରକ୍ଷା ଅଧିକାରୀ  ରାଜେନ୍ଦ୍ର ମଲ୍ଲିକ, ସାମାଜିକ କର୍ମୀ ସହଦେଵ ନାୟକ, ସମ୍ପାଦକ, ରାମକୃଷ୍ଣ  ବାଳାଶ୍ରମ ନବୀନ ଚନ୍ଦ୍ର ବଘାର, ପରାମର୍ଶଦାତା ପ୍ରବୀଣ କୁମାର ହୋତା, ସୁପାରିନଟେଣ୍ଡେଣ୍ଟ ଜୟଶ୍ରୀ ସରାଫ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ରିତାକାନ୍ତି ବଳିୟାର ସିଂହ  ଏବଂ ବାଳାଶ୍ରମ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରେ ପରେ  ଅଧିକାରୀ ମାନେ ନୂତନ ଭାବେ ନିର୍ମିତ ହେଉଥିବା  ବାଳ ସ୍ବଧାର  ଗୃହ ର ସ୍ୱତନ୍ତ୍ର ଗୃହ ଏବଂ ପର୍ଯ୍ୟବେକ୍ଷଣ ଗୃହ ବୁଲି ଦେଖିଥିଲେ ।

Post a Comment

Previous Post Next Post