ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ମହାନଦୀ ର ସାତକୋଶିଆ ଗଣ୍ଡ ରେ ଘଡ଼ିଆଳ ବଂଶବୃଦ୍ଧି ଯୋଜନା କୁ ପୁଣି ଜୋରଦାର କରିଛି ବନବିଭାଗ । ଘଡ଼ିଆଳ କୁମ୍ଭୀର ଙ୍କ ବଂଶବୃଦ୍ଧି କରିବା ପାଈଁ ରାଜ୍ୟ ବନ ବିଭାଗ ପକ୍ଷରୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରୁ ଅଣାଯାଇଥିବା ୪ଟିଘଡ଼ିଆଳ କୁମ୍ଭୀର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁସଙ୍ଗ ବନାଞ୍ଚଳ ମହାନଦୀର ସୁନାଖଣିଆଠାରେ ଗଭୀର ଜଳରେ କୁମ୍ଭୀର ମାନଙ୍କୁ ଛଡା ଯାଇଛି।୪ଟି ଘଡ଼ିଆଳ କୁ ନନ୍ଦନକାନନ ରୁ ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ଜିପିଏସ ଟ୍ରାନ୍ସମିଟର ଖଞ୍ଜାଯାଇଥିଲା ଏହା ଦ୍ଵାରା ମହାନଦୀ ରେ ସେମାନଙ୍କର ଗତିବିଧି ନିରୀକ୍ଷଣ କରାଯାଇପାରିବ। ନୟାଗଡ ମହାନଦୀ ଡି.ଏଫ.ଓ ସମୀର କୁମାର ଶତପଥି, ଆଠଗଡ଼ ବନଖଣ୍ଡ ଅଧିକାରୀ ଯାଦବ ସୁଦର୍ଶନ ଗୋପୀନାଥ,ଅନୁଗୁଳ ଏ.ସି.ଫ ଅକ୍ଷୟ ପଟନାୟକ,ସାତୋକୋଶିଆ ଡି.ଏଫ.ଓ ପି. ରାମାସ୍ୱାମୀ, କୁସଙ୍ଗ ରେଞ୍ଜ ଅଧିକାରୀ ସଂସାର ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାଇ ଆଜି ସାତୋକୋଶିଆରେ ଛଡା ଯାଇଥିବା କୁମ୍ଭୀର ମହାନଦୀ ର ଚଳ ପ୍ରଚଳ କରୁଛନ୍ତି ସେ ଅଞ୍ଚଳକୁ 'ନେଫସି'ଜୋନ ଘୋଷଣା କରାଯାଇଛି। ଫଳରେ ୧୦ କିଲୋମିଟର ଅଂଚଳକୁ ମାଛମରା ଉପରେ ସମ୍ପୂର୍ଣ ନିଷେଧ କରାଯାଇଥିବା ନୟାଗଡ ଡି. ଏଫ.ଓ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନନ୍ଦନକାନନ ରୁ ଆସିଥିବା ପ୍ରାଣୀ ଚିକିତ୍ସାକ ଓ ବିଶେଷଜ୍ଞ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଗତ ଜାନୁଆରୀ ମାସ ରେ ୫ଟି ଘଡ଼ିଆଳ ଛଡା ଯାଇଥିବା ବେଳେ ଆଜି ପୁଣି ୪ଟି ଘଡ଼ିଆଳ ସାତୋକୋଶିଆ ରେ ଛଡା ଯାଇଛି। ମହାନଦୀ ରେ ଏମାନଂକର ଗତିବିଧି ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଅଛି।
Post a Comment