ଅନ୍ୟର ଖୁସି ପାଇଁ ବଞ୍ଚୁଥିବା ହେଲ୍ପ ଫର ୟୁ ଫାଉଣ୍ଡେସନ ମାନବିକତା ର ପରିଚୟ ଦେଇ ଉଦାହରଣ ସାଜିଲେ।


ବାଲେଶ୍ୱର,(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗ୍ରାମ ପଞ୍ଚାୟତ ମଦର ଟେରେସା ସେବା ସଂଘ ରେ ଆଜି ଅଗ୍ରଣି ସେଛାସେବୀ ସଂଘଠନ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ର ସଭାପତି ମାନସ ରଞ୍ଜନ ଧଳ ଙ୍କ ନେତୃତ୍ବ ରେ ସମସ୍ତ ସଦସ୍ଯ ,ସଦସ୍ଯା ପହଞ୍ଚି ହେଲ୍ପ ଫର୍ ୟୁ ଫାଉଣ୍ଡେସନ ର ସକ୍ରିୟ ସଦସ୍ଯ ମାନସ ବେହେରା ଙ୍କ ଧର୍ମ ପତ୍ନୀ ଙ୍କ ଜନ୍ମ ଦିନ ରେ ସେ ଧୁମ୍ ଧାମରେ ପାଳନ ନକରି ସେ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ଙ୍କୁ କିଛି ଅର୍ଥ ପ୍ରଦାନ କରିଥିଲା। ତେବେ ସେଇ ଅର୍ଥ କୁ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ଡଗରା ରେ ଥିବା ମଦର ଟେରେସା ସେବା ସଂଘ ରେ ବାସ କରୁଥିବା ମୁକ , ଅନ୍ଧ, ମାନସିକ ବିକାର ଗ୍ରସ୍ତ,ଓ ଦିବ୍ଯାଙ୍ଗ , ପିଲା ମାନଙ୍କୁ ସେଇ ଅର୍ଥ ରେ ରନ୍ଧା ଖାଦ୍ୟ ଓ ଶୀତ ବସ୍ତ୍ର, ନିତ୍ୟ ବ୍ୟବହୃତ ପାଇଁ ଗାମୁଛା, ନୂତନ ବାସନ ଥାଳି , ତାଟିଆ,ବେଲା,ଶିତରୁ ରକ୍ଷା ପାଇବା ପାଇଁ କମ୍ବଳ ସହିତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି। ତେବେ ସ୍ବପ୍ନ ସେଇଟା ନୁହେଁ ଯେଉଁଟା ନୀଦରେ ଦେଖାଯାଏ। ସ୍ବପ୍ନ ସେଇଟା ଯେଉଁଟା ଆପଣ ଙ୍କୁ ଶୋଇବା ଦିଏ ନାହିଁ, ଆଉ ଯେଉଁ ସ୍ବପ୍ନ ତାଙ୍କୁ ଦିନେ ଶୋଇବା ପାଇଁ ଦେଇ ନଥିଲା ସେ ହେଉଛନ୍ତି ଡଗରା ଗ୍ରାମ ର ଡଃ- ଅନିରୁଦ୍ଧ ପାତ୍ର । ତାଙ୍କର ନିଆରା ଚିନ୍ତା ଧାରା, ନିଆରା ଭାବନା, ନିସ୍ବାର୍ଥପର ସେବା ଓ ଦୃଢ଼ ଇଚ୍ଛାଶକ୍ତି କୁ  ନେଇ ଏ ସମାଜରେ ଅନ୍ଧ, ମୂକ, ବନ୍ଧିର, ମାନସିକ ବିକାର ଗ୍ରସ୍ତ, ଭିନ୍ନକ୍ଷମ ପିଲା ମାନଙ୍କୁ ନୂତନ ପରିଚୟ ଦେବା ଏବଂ ସମାଜରେ ସେମାନଙ୍କୁ ମୂଖ୍ୟ ସୃତ କୁ ଆଣି ସେମାନଙ୍କୁ ଏ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି କରେଇବା ପାଇଁ ବାହାରି ପଡିଥିଲେ ବହୁ ପରିଶ୍ରମ ବଳରେ ପିଲା ମାନଙ୍କର ଭବିଷ୍ୟତ ଗଠନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଅନୁଷ୍ଠାନର ରେ  ସୁନ୍ଦର  ଗୀତ ପରିବେଶଣ କରିବା ପ୍ରଶିକ୍ଷଣ ଦେଇ ସମାଜରେ କିପରି ଜଣେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ହୋଇ ନିଜର ପରିଚୟ ସୁଷ୍ଟି କରିପାରିବେ ସେଥିପାଇଁ ତତ୍ପର । ଇଏ ମାନଙ୍କୁ ଥରେ ଦେଖନ୍ତୁ କିଭଳି ନିଜ ପ୍ରତ୍ୟେକ  ମୁହୂର୍ତ୍ତ ରେ ଜୀବନ ସହ ସଂର୍ଘଷ କରୁଛନ୍ତି।


 ତେବେ ମଦର ଟେରେସା ସେବା ସଂଘ ରେ ଥିବା ସିପି, ବ୍ଲାଇଣ୍ଡି, ଅଟିଜିମ ପିଲା ମାନଙ୍କ ପାଇଁ କୌଣସି ସରକାର ଙ୍କ ତରଫରୁ କୌଣସି ସୁବିଧା ମିଳିପାରି ନାହିଁ ଏବଂ ବାତ୍ଯା ୟସ୍ ରେ ମଧ୍ଯ  ଘରେ ରହୁଥିବା ପିଲା ମାନଙ୍କ ଚାଳ ଛପର ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିଲା କିନ୍ତୁ ପ୍ରଶାସନ ତରଫରୁ ମଧ୍ଯ କୌଣସି ପ୍ରକାର ସହାୟତା ମିଳି ପାରିନାହିଁ ତେବେ ଇଏ ସମାଜ ଥିବା ସହୁଦୟ ଓ ବୈଦାନ୍ୟ ବ୍ଯକ୍ତି, ସହଯୋଗ ଓ ସହାୟତା ବଳରେ ଏହି ଅନୁଷ୍ଠାନ ଚାଲୁଥିଲା ବେଳେ ସ୍ଥାନୀୟ ପ୍ରସାଶନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଗ୍ରାମ ବାସିନ୍ଦା ସବୁ ପ୍ରକାର ସୁବିଧା ସୁଯୋଗ ଏହି ଅନୁଷ୍ଠାନ କୁ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଏବଂ ଡଗରା ମଦର ଟେରେସା ସେବା ସଂଘ ରେ ଥିବା ପିଲା ମାନଙ୍କ  ର ରହିବା ପାଇଁ ଏକ ଘର  ପାଠ ପଢ଼ିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ହେଲ୍ପ ଫର୍ ୟୁ ଫାଉଣ୍ଡେସନ ଓ ମଦର ଟେରେସା ସେବା ସଂଘ ର ସଭାପତି ସମସ୍ତେ ନିବେଦନ କରିଛନ୍ତି।

Post a Comment

Previous Post Next Post