ବାଲେଶ୍ବର,(ପ୍ରଭାକର ମଲ୍ଲିକ) କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଠାରେ ସୁନ୍ଦର ମୋ ଭାଷା ସାହିତ୍ୟ ଅନୁଷ୍ଠାନର ଦଶମ ଅନନ୍ୟା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶୁଭ ସକାଳରେ ସହସମ୍ପାଦକ ବିଷ୍ଣୁପ୍ରସାଦ ମିଶ୍ର କୋରାପୁଟଙ୍କ ଦ୍ୱାରା ମଞ୍ଚପୁଜନ ଓ ପୀତବାସ ଜେନାଙ୍କ ଦ୍ୱାରା ମନ୍ତ୍ରଧ୍ୱନି, ଜଂଭରା ଓ କଳାହାଣ୍ଡି କଳାକାରଙ୍କ ଦ୍ବାରା କୀର୍ତ୍ତନ ପରିବେଷଣ ପରେ ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ୧ମ ଅଧିବେଶନର ଶୁଭାରମ୍ଭ ହୋଇଥିଲା । ଡ଼ଃ ପଦ୍ମଲୋଚନ ମହାକୁଡ଼, ସ୍ଵପ୍ନା ମହାନ୍ତି, ଅଧ୍ୟକ୍ଷ ସୁବ୍ରତ ନାୟକ, ମନୋରମା ମହାନ୍ତି, ପୁଷ୍ପିତା ପହି, ହାସ୍ୟମୟୀ ରାଜ୍ ପ୍ରମୁଖ ବହୁମୁଖୀ ପ୍ରତିଭା ଅତିଥି ଆସନ ଅଳଙ୍କୃତ କରି କବିତା ସଂଯୋଜନା ଓ ସମୀକ୍ଷା କରିଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ୍ବ କବିତା ଆବୃତ୍ତି, ୧୦ଟି ସଂଗୀତ ଗାନ, ୮ଟି ଅଭିନବ ନୃତ୍ୟରେ ଅନନ୍ୟା ମଞ୍ଚ ଉଲ୍ଲସି ଉଠିଥିଲା । ୨ୟ ଅଧିବେଶନ ଅନୁଷ୍ଠାନ ସଭାପତି ନୃସିଂହ ଚରଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଆଇନଜୀବୀ ଡ଼ଃ ପ୍ରଦୀପ୍ତ ଚନ୍ଦ୍ର ସିଂହ, ମୁଖ୍ୟ ବକ୍ତା ଅଧ୍ୟାପକ ସୁବାସଚନ୍ଦ୍ର ପାତ୍ର(ବାଇଡଙ୍କ ବାବା), ବରେଣ୍ୟ ଅତିଥି ଭାବେ ମଦନ ମୋହନ ନାୟକ, ଅକ୍ଷୟ କୁମାର ମଲ୍ଲିକ, ଡ଼ଃ କୁମାର ବାବୁଲି, ପଞ୍ଚାନନ ମହାନ୍ତି, ପୁରୁଷୋତ୍ତମ ମହାନ୍ତି ଓ ପଦ୍ମଲୋଚନ ମହାକୁଡ଼ ମଞ୍ଚ ମଣ୍ଡନ କରିଥିଲେ । ପ୍ରତାପ କିଶୋର ରାଉତଙ୍କ ଦ୍ୱାରା ଅନନ୍ୟା ଭିତ୍ତି ସଂଗୀତ ଗାନ ସହିତ ବାର୍ଷିକ ମୁଖପତ୍ର ଅନନ୍ୟା ଉନ୍ମୋଚିତ ହୋଇଥିଲା । ବାର୍ଷିକ ବିବରଣୀ ପଠନ କରିଥିଲେ ହାସ୍ୟମୟୀ ରାଜ । ମଞ୍ଚାସୀନ ଅତିଥୀଙ୍କ ଦ୍ୱାରା ନାରାୟଣ ସେବାରେ କମ୍ବଳ ଓ ଶାଢ଼ୀ ବଣ୍ଟନ କରାଯାଇଥିଲା । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ସାହିତ୍ୟ ଆଲୋଚନା ମାର୍ଗଦର୍ଶକ ଥିଲା । ରାଜ୍ୟ ଓ ରାଜ୍ୟ ବାହାର ୮୮ପ୍ରତିଭାଙ୍କୁ କଳା ସାହିତ୍ୟ, ଶିକ୍ଷା, ସଂସ୍କୃତି, ସମ୍ବାଦ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସ୍ତରୀୟ ଉପରୋକ୍ତ ବିଭାଗର ମୋଟ ୫୪ ଜଣ ପ୍ରତିଭାଙ୍କୁ ସମ୍ମାନ ସନନ୍ଦ ଓ କବିତା ଆବୃତ୍ତି, କଳା ପ୍ରଦର୍ଶନ କରିଥିବା ସମସ୍ତ ପ୍ରତିଭାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, କବି, ସାହିତ୍ୟିକ ଏବଂ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ " ଅନନ୍ୟା କବି ମିତ୍ରଭାନୁ ସମ୍ମାନ " ରେ ସମ୍ମାନିତ କରାଯାଇଥିଲା । ସମ୍ପାଦକ ଶ୍ରୀ ସେନାପତିଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିବା ବେଳେ ପ୍ରୀତିପଦ୍ମା ଦାସ, ଦୀପ୍ତି ଦେବଦର୍ଶିନୀ ସୁତାର, ବିନତା ଜେନାଙ୍କ ଦ୍ଵାରା ଅଭ୍ୟର୍ଥନା ପର୍ବ ଓ ଭାସ୍କର ରାଉତ, ଗଞ୍ଜାମଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।
Post a Comment