ବୌଦ୍ଧ,(ସୁଶାନ୍ତ କୁମାର ବେହେରା)ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତର ବୃନ୍ଦାବନ (କେଳାକଟା )ଠାରେ ନବନିର୍ମିତ ବାଳସୃଧର ଗୃହ, ମଥୁରା(କେଳାକଟା )ପଂଚାୟତ ହାଇସ୍କୁଲ, ଗୋପ, ମଥୁରା, ବୃନ୍ଦାବନରେ ରାଧାକୃଷ୍ଣଙ୍କ ଲୀଳା କ୍ଷେତ୍ର ଓ ଗିରି ଗୋବର୍ଧନ ପାହାଡ଼ରେ ପ୍ରସ୍ତାବିତ ୧୧୦୮ ଫୁଟ ବୁଦ୍ଧ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରି ତୁରନ୍ତ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଆୟୋଜକ କମିଟିକୁ ପରାମର୍ଶ ଦେଇଥିଲେ । କେଳାକଟା ହାଇସ୍କୁଲକୁ ୫ଟି ରେ ସାମିଲ କରିବା ପାଇଁ ସ୍କୁଲ ପରିଚାଳନା କମିଟି ଅନୁରୋଧ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନଙ୍କ ଆବାହକତ୍ୱରେ ବାଳ ସୁଧାର ଗୃହ ପରିଚାଳନା କମିଟିର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କମିଟି ର ଅଧକ୍ଷ ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସଭ୍ୟ ପିଡି ଡିଆରଡିଏ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୁମନ୍ତ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇ ତୁରନ୍ତ ବକେୟା କାର୍ଯ୍ୟ ସମାପ୍ତି କରି ଆସନ୍ତା ଜାନୁୟାରୀ ୨୬ତାରିଖରେ ଉଦଘାଟନ କରିବା ସହିତ ଆନୁଷ୍ଠାନିକ ଭାବେ ସୁଧାର ଗୃହ ଲାଲୁ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
Post a Comment