ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକର ଏକମାତ୍ର ମହିଳା ମହାବିଦ୍ୟାଳୟ ଲକ୍ଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟର ୨୫ ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷା ସୁଦିପ୍ତା ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଜେୟନାରାୟଣ ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ନିଜ ବକ୍ତବ୍ୟରେ କହି ଥିଲେ ଯେ ଅନୁଷ୍ଠାନ ଗଢିବା ଯେତିକି କଷ୍ଟକର ବ୍ୟାପାର ତାକୁ ରକ୍ଷଣା ବେକ୍ଷଣା କରି ସ୍ଥାୟିତ୍ୱ ବିଷୟରେ ଚିନ୍ତା କରିବା ସେହିପରି କଷ୍ଟକର।ସେଥିପାଇଁ ଅନୁଷ୍ଠାନର ପ୍ରତିଟି ବ୍ୟକ୍ତିର ଗୁରୁତ୍ୱ ରହିବା ଦରକାର।ଏ ଦିଗରେ ସମସ୍ତେ ଅଙ୍ଗିକାରବଦ୍ଧ ହୋଇ କାର୍ଯ୍ୟ କଲେ ଅନୁଷ୍ଠାନ ଚିରସ୍ଥାୟୀ ହୋଇ ରହିବ ବୋଲି ସେ କହିଥିଲେ।
ବରିଷ୍ଠ ଅଧ୍ୟାପକ ବିରେନ୍ଦ୍ର ବେହେରା ଅତିଥି ପରିଚୟ ଦେଇଥିବା ବେଳେ + ୩ ର ଅଧକ୍ଷା ଅନ୍ନପୂର୍ଣ୍ଣା ମଲ୍ଲିକ,ଅଧ୍ୟାପକ ରମେଶପଣ୍ଡା,ରାଜେନ୍ଦ୍ର ବାରିକ,ନିଗମାନନ୍ଦ ବେହେରା,ଅଧ୍ୟାପିକା ପୁଷ୍ପାଞ୍ଜଳି ଆଚାର୍ଯ୍ୟ,ନମିତା ଭୂୟାଁ, ଅପର୍ଣ୍ଣା ମାଜି,ଅଧ୍ୟାପକ ଉତ୍ତମ ମାହାନା ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ମୁଖ୍ୟ କିରାଣୀ ସୁଶାନ୍ତ ମହାପାତ୍ର,ଶ୍ରୀଲେଖା ପାତ୍ର,ସନ୍ୟାସି ବେହେରା,ସୁବାସିନୀ ପାତ୍ର,ବିନୋଦ ବେହେରା,ମାନସ ଜେନା,ଦିଗମ୍ବର ରଣା,ମୁରଲୀଧର ସାହୁ,ଶମ୍ଭୁନାଥ ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ
ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Post a Comment