ହରଭଙ୍ଗା ବ୍ଳକରେ କଳାକାର ଭତା ପାଇଁ ସାମର୍ଥ୍ୟ ପରିକ୍ଷ୍ୟା ଅନୁଷ୍ଠିତ

  

ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା)  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବ୍ଳକର ୧୫୪ ଜଣ ଆବେଦନ କରିଥିବା ବେଳେ ଭାଗ ନେବା ପାଇଁ ୧୨୨ କଳାକାର ଉପସ୍ଥିତ ଥିଲେ ।  ଏହି ଚୟନ ପ୍ରକ୍ରିୟାରେ ହରଭଙ୍ଗା ବିଡିଓ ସ୍ମିତା ରଥ, ଜିଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ ଅତିଥି ଭାବରେ ଯୋଗଦେଇଥିବାବେଳେ ବିଚାରକ ଭାବରେ  ନାଟ୍ୟ  ନିର୍ଦ୍ଦେଶକ ଦେବାଙ୍ଗନ ମେହେର,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ   ସ୍ୱାଧିନ ପ୍ରଧାନ , ବାଞ୍ଛାନିଧି ପ୍ରଧାନ, ବ୍ଳକ ସମାଜିକ ସୁରକ୍ଷା ଅଧିକାରୀ ସୁନିଲ ମହାନ୍ତି , ସେକସନ ଅଫିସର ବିଜୟ ପାଢୀ  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଡିଓ ସ୍ମିତା ରଥ  କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଚୟନ ପ୍ରକିୟା ଦ୍ୱାରା ଉପଯୁକ୍ତ କଳାକାର ମନୋନୟନ ହୋଇ ଭା ପାଇପାରିବେ ବୋଲି ପ୍ରକାଶ କରିଥଲେ ।

Post a Comment

Previous Post Next Post