ରିପୋର୍ଟର : ସୁଶାନ୍ତ କୁମାର ବେହେରା
ବୌଦ୍ଧ,(ଆଜତକ୍ ଓଡ଼ିଶା).ସମାଜ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପା ଦନ କରି ପାରୁଥିବାରୁ ତାକୁ ସମାଜ ର ଅଗ୍ରପୂଜ୍ୟା ବୋଲି ସମ୍ମାନ ଦେବାସହ ସେହି ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁ ବର୍ଗରେ ଚେଷ୍ଟା ରହିବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବୀରନରସିଂହପୁର ନର୍ସରୀ ଠାରେ ଆୟୋଜିତ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ଚତୁର୍ଥ ଦିନରେ ନାରୀ ସଶକ୍ତି କରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବି. ଡି.ଓ. ସୁଶ୍ରୀ ସ୍ମିତା ରଥ, ଅ।ର୍କିଟେକ୍ଟ ସୁଶ୍ରୀ ସୁମନ ଷଡ଼ଙ୍ଗୀ ଓ ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।ହରଭଙ୍ଗା ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବେଣୁଧର ମହାପାତ୍ର ଏହି କର୍ମଶାଳାରେ ନାରୀ ମାନଙ୍କ ସଶକ୍ତି କରଣ, ଲୁକ୍ କାୟିତ ପ୍ରତିଭାର ବିକାଶ ତଥା ସ୍ବାବଲମ୍ବୀ ହେବା ପାଇଁ ମାର୍ଗଦର୍ଶନ କରି ଥିଲେ। ମହୋତ୍ସବ କମିଟି ର ସଭାପତି ଶ୍ରୀ ବିଶ୍ୱଜିତ ମିଶ୍ର କାର୍ଯ୍ୟ କ୍ରମରେ ଅଧ୍ୟକ୍ଷତା କରି ଥିଲା ବେଳେ ସଦସ୍ୟ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବୌଦ୍ଧ ର କଣ୍ଠଶିଳ୍ପୀ ଦେବାଶିଷ ମିଶ୍ର ଓ ହରଭଙ୍ଗାର କଣ୍ଠଶିଳ୍ପୀ ଶ୍ରୀମତୀ ପ୍ରମୋଦିନି ଦେଈ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତ ରୁ ମହିଳା ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଶେଷରେ ସଙ୍ଗୀତଜ୍ଞ ବ୍ରହ୍ମା କୁମାର ଏବଂ ସାଥୀ ସଙ୍ଗୀତ ପରିବେଷଣ କରି ଥିଲେ।
Post a Comment