ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ୍ କୁଳିଦା ପଞ୍ଚାୟତ ଗୁଡ଼ିଖାଳ ଉପନଦୀ ସମୂହ ର ବିକାଶ ପାଇଁ ଜଳ ସମ୍ପଦ ବିଭାଗ ମାଧ୍ୟମରେ ରାଜ୍ୟସରକାର ୩ କୋଟି ୩୮ଲକ୍ଷ ୭୮ ହଜାର ଟଙ୍କାର ବ୍ୟୟ ବରାଦ କରିଛନ୍ତି।
ଏହି ପ୍ରକଳ୍ପ ରେ ଗୁଡ଼ିଖାଳ ଉପନଦୀ ର ଚାରି କିମି ପୁନଃ ଉଦ୍ଧାର, ତିନି ଗୋଟି ଚାଷୀ ପୋଲ,ଗୋଟାଏ କୋଲଭାଟ ଓ ୩୨୦ ମିଟର ଗାଡ ୱାଲ , ଆଦି ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପଟିକୁ ଜଳେଶ୍ୱର ବିଧାୟକ ଅଶ୍ୱନି କୁମାର ପାତ୍ର ଶିଳାନ୍ୟାସ କରିଥିବା ବେଳେ,ଅନ୍ୟ ମାନଙ୍କ ଭିତରେ, କୁଳିଦା ପଞ୍ଚାୟତ ବିଜୁ ଜନତା ଦଳର ସଭାପତି ପୁର୍ଣଚନ୍ଦ୍ର
ସେନାପତି, ସରପଞ୍ଚ ସୁନିଲ କୁମାର ସେନାପତି, ସମିତି ସଭ୍ୟ ଦାମୋଦର ପ୍ରଧାନ,ଜିଲ୍ଲାପରିଷଦ ସଦସ୍ୟ ଶମ୍ଭୁନାଥ ସେଠି ଓ ବରିଷ୍ଠ ବିଜେଡି ନେତା ଅନାଦି ଦାସ, ଜଳ ସମ୍ପଦ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ପ୍ରକଳ୍ପ ଦ୍ୱାରା ଆଖ ପାଖର ୧୦ ଟି ଗ୍ରାମର ଗ୍ରାମବାସୀ,ଚାଷୀକୁଳ,ସ୍କୁଲ କଲେଜ ଛାତ୍ରଛାତ୍ରୀ ଉପକୃତ ହେବେବୋଲି ମଞ୍ଚା ଶିନ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।
Post a Comment