ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମରେ ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର ଅନୁଷ୍ଠିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରୀତ କୁଟୀର ଶିଳ୍ପ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ନିର୍ଗୁଣ ମହାକୁଡ଼ ଅଧକ୍ଷତା କରିଥିଲା ବେଳେ ସମ୍ପାଦକ କୃତ୍ତିବାସ ପଲିଆ ସଭା ପରିଚାଳନା କରିଥିଲେ । ଉଦଘାଟକ ଭାବେ ହରଭଙ୍ଗା ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର ମୁଖ୍ୟ ଅତିଥି ଭାବେ ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ ଓଡିଶା ର ଅଧକ୍ଷ ତଥା ପଞ୍ଚଗବ୍ୟ ସିଦ୍ଧ ଡାକ୍ତର ନିରାକାର ବେହେରା, ମୁଖ୍ୟବକ୍ତା ଭାବେ  ହେଲ୍ପ ଲେଶ  ୱେମେନ ଓ ଚାଇଲଡ  ଚାରିଟେବୁଲ  ସୋସାଇଟି ( ଏନ ଜି ଓ )ର ଅଧକ୍ଷ ଭବାନୀ ପଟ୍ଟନାୟକ, ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପଂଚାୟତ ଅଧିକାରୀ ଶରତ କୁମାର ପାତ୍ର, ବିଶିଷ୍ଟ ପାଲାକାର ବାଞ୍ଛାନିଧ ପ୍ରଧାନ, ମଞ୍ଚକଳା ନିର୍ଦ୍ଧେଶକ କାବୁ ବୋଷ, ନ୍ୟୁଟ୍ରାନିଷ୍ଟ ଅଜୟ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

ଚିକିତ୍ସା ଶିବିର ଓ କୁଟୀର ଶିଳ୍ପରେ ବିଭିନ୍ନ ଅଂଚଳରୁ ଜନସାଧାରଣ  ଭାଗ ନେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ପ୍ରଧାନ, ବିଜୟ ପାତ୍ର, ନନ୍ଦନ ଚୌଧୁରୀ, ବିଶ୍ୱେଶ୍ୱର ପ୍ରଧାନ, ମାନଭଞ୍ଜନ ପାତ୍ର, ତପସ୍ୱିନୀ ପଲିଆ, ଟୁକୁନା ପଲିଆ, ଭାଗ୍ୟଧର ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post