ବର୍ଷା ଜଳ ସଂରକ୍ଷଣ ସଚେତନତା ଶିବିର


ବିନିକା,(ଆଜତକ୍ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ଦ୍ବାରା ବିନିକା ମହିଳା ମହାବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ପ୍ରସଙ୍ଗ ରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ମୀନକେତନ ପ୍ରଧାନ ଶୁଭାରମ୍ଭ କରିଥିଲା ବେଳେ ଶ୍ରୀ ଅଜିତ କୁମାର ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମୀନକେତନ ପ୍ରଧାନ, ଅଧ୍ୟାପିକା ମନିଷା ଭୋଇ, ଅର୍ପିତା ପ୍ରଧାନ, ସୁଲୋଚନା ବେହେରା, ପଦ୍ମଲୋଚନ ସା, ଭାରତୀ ମେହେର, କବିତା ଖେତୀ, ସତ୍ୟ ନାରାୟଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମ୍ପାଦକ ତଥା ମୁଖ୍ୟ ଅତିଥି ବିକାଶ ମହାନ୍ତି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀ ଜଗତ ଖମାରୀ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

Post a Comment

Previous Post Next Post