ବୌଦ୍ଧ,(ଆଜତକ୍ ଓଡ଼ିଶା) : "ଆଶ୍ରୟ '' SUH(VJSS) ପକ୍ଷରୁ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବା ବିପଦ ସଙ୍କୁଳ ସ୍ଥାନରେ ରାତ୍ରୀ ଯାପନ କରୁଥିବା ବାସହୀନ ନିରାଶ୍ରୟ ଙ୍କ ସୁଖ ରାତ୍ରୀ ଯାପନ ନିମନ୍ତେ ଉଦ୍ଧିଷ୍ଟ ଆଶ୍ରୟ ସ୍ଥଳ ରେ ବିନା ମୂଲ୍ୟରେ ରହିବାର ସମସ୍ତ ବ୍ୟବସ୍ଥା ରହିଛି । ସେଥିପାଇଁ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଦେଶ ତଥା ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧ ଗଡ ଙ୍କ ପରାମର୍ଶ କ୍ରମେ ଆଶ୍ରୟ ସାଥୀ ସମୀର ଦିଗଲ ଙ୍କ ସହ ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ଡାକ ବାଜୀ ଜନ୍ତ୍ର ମାଧ୍ୟମରେ ସହରାଞ୍ଚଳ ଜନସାଧାରଣ ଓ PCR ବନ୍ଧୁମାନଙ୍କୁ ସଚେତନ କରାଇବା ସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଅନୁରୋଧ କରିଛନ୍ତି ।
ଆଶ୍ରୟ ସ୍ଥଳ ପକ୍ଷ୍ୟରୁ ଦୈନିକ ରାତି ୧୧.୦୦ ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବ୍ରିଜ ଛକ ଠାରୁ ଜିଲ୍ଳା ପାଳ ଙ୍କ କାର୍ଯ୍ୟାଳୟ ମଧ୍ୟରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଦୁଇ ସପ୍ତାହ ମଧ୍ୟରେ ୨୩ ଜଣ ବ୍ଯକ୍ତିଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି । ଦୈନିକ ମହିଳା, ପୁରୁଷ ଓ ଶିଶୁ ମିଶି ୧୫-୨୫ ଜଣ ଆଶ୍ରୟ ସ୍ଥଳ ର ସୁବିଧା ସୁଯୋଗ ଲାଭ କରିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି।
Post a Comment