ନେହରୁ ଯୁବ କେନ୍ଦ୍ର ମୌଳିକ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ SITD କମ୍ପୁଟର ସେଣ୍ଟରରେ ତିନି ମାସିଆ ମୌଳିକ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀ ଯୋଗ ଦେଇଥିଲେ ଏ କାର୍ଯ୍ୟକ୍ରମ ଆବଶ୍ୟକତା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଓ ସମ୍ମାନିତ ଅତିଥି ଭାବରେ SITD କମ୍ପ୍ୟୁଟର ସେଣ୍ଟରର ନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ଏହା ସହିତ ଜଳ ସଂରକ୍ଷଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଦେଶ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।


 ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ବାସନ୍ତୀ ବେହରା ପ୍ରଥମ, ଦୟାସଗର ବେହେରା ଦ୍ୱିତୀୟ ଓ ସଙ୍ଗୀତା ପଣ୍ଡା ତୃତୀୟ ଙ୍କୁ ନେହରୁ ଯୁବ କେନ୍ଦ୍ରର ର ଟ୍ରଫିଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଧିର ଦୀପ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଫିସ ସହଯୋଗୀ ଉତ୍ତମ ମହାକୁଡ଼ ସଭା ପରିଚାଳନା କରିଥିଲେ ଏବଂ ଛାତ୍ର ଦୟା ସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମୌଳିକ ଧନ୍ଦା ମୂଳକ ଶିକ୍ଷା କାର୍ଯ୍ୟକ୍ରମ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲିବ ବୋଲି ନେହରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ସୂଚନା ମିଳିଛି ।


Post a Comment

Previous Post Next Post