ଭୈରବୀ ମହାବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

 


ରିପୋର୍ଟର : ଶୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ବର୍ଷା   ଜଳ ସଂରକ୍ଷଣ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଯୁବ ସ୍ବେଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ  ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପାଠୀ ଙ୍କ ଅଧ୍ୟକ୍ଷତାରେ  ଏହି କାର୍ଯ୍ୟକ୍ରମ ହୋଇଥିଲା।   ଜଳ ର ସଠିକ୍ ସଦୁପଯୋଗ ଏବଂ ସଂରକ୍ଷଣ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପାଠୀ  ଛାତ୍ର ଛାତ୍ରୀ ମାନଙ୍କୁ  ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ  ଏଲ କେ ବି କେ ସ୍ୱେଚ୍ଛାସେବୀ ପ୍ରତାପ ମେହେର ଯୋଗଦେଇଥିଲେ।    ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ୨୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।     ଚିତ୍ରାଙ୍କନ ପ୍ରତିଯୋଗିତାରେ ଲିପି ମହାକୁଡ଼  ପ୍ରଥମ ,ସପନ କୁମାର ପୃଷ୍ଟି ଦ୍ୱିତୀୟ ,ବିକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।  କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହିତ  ଟ୍ରଫି ମୁଖ୍ୟ ଅତିଥିଙ୍କ କରକମଳରେ ପ୍ରଦାନ କରାଯାଇଥିଲା।  କାର୍ଯ୍ୟକ୍ରମ  ଶେଷରେ  ଜଳ ସଂରକ୍ଷଣ ସମ୍ପର୍କରେ ସମସ୍ତେ ଶପଥ ପାଠ ପୂର୍ବକ  ଜାତୀୟ ଯୁବ ସ୍ବେଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post