ବୌଦ୍ଧ,(ସୁଶାନ୍ତ କୁମାର ବେହେରା)ବୌଦ୍ଧ ଜିଲ୍ଲା ବିଜେଡିର ପଂଚାୟତ ନିର୍ବାଚନ ନିମନ୍ତେ ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବୌଦ୍ଧ ପୂର୍ତ୍ତ ଡାକବଙ୍ଗଳା ଠାରେ ଏକ ବୈଠକ ହୋଇଥିଲା । ଏଥିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ସହିତ ନିଜ ନିଜ ଭିତରେ ବୁଝାମଣା କରି ପାର୍ଥି ଚୟନ କରି ଜିଲ୍ଲାର ସମସ୍ତ ପଦବୀ ଦଖଲ କରିବା ପାଇଁ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସୌଭାଗ୍ୟ ନାୟକ,ସହ ପର୍ଯ୍ୟବେକ୍ଷକ ଭାବେ ନିତ୍ୟାନନ୍ଦ ଭୋଇ ଯୋଗ ଦେଇଥିଲେ । ବୈଠକରେ ସଭାପତିତ୍ତ୍ଵ କରିଥିଲେ ରାଜ୍ୟ ଯୁବ ବିଜେଡି ଯୁଗ୍ନ ସମ୍ପାଦକ ଅଶୋକ କୁମାର ସାହୁ, ମଞ୍ଚାସିନ ଥିଲେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର,ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ଧୂରୀନ ଦେହୁରୀ, ସୁବାସ ସାହୁ, ରବୀନ୍ଦ୍ର ରାଉତ, ସ୍ୱାଧୀନ ବିଶ୍ୱାଳ, ବସନ୍ତ ସ୍ୱାଇଁ,ଜିଲ୍ଲା ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର,ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ ସରପଞ୍ଚ ସଙ୍ଘ ସଭାପତି ବିଦ୍ୟାଧର ସ୍ୱାଇଁ, ପ୍ରତାପ ପରିଡା, ଟଂଜିତ ଗିରି, ପ୍ରଭାତ ଚନ୍ଦ୍ର ପ୍ରଧାନ, ଅରୁଣ ପ୍ରଧାନ, ଫଗୁ ରଣବିଡ଼, ଦେବହରୀ ମହାକୁଡ଼, ହରିହର ପ୍ରଧାନ, ହରି ମିଶ୍ର, ଲଳିତ ଥାଟି, ମାନସ ପୁରୋହିତ, ନିର୍ଗୁଣ ମହାକୁଡ଼,ବିଭୁ ମେହେର ।
ଅପରାହ୍ଣରେ ଲଷ୍ମୀପ୍ରସାଦ ପଂଚାୟତ ଠାରେ ବୌଦ୍ଧ ବ୍ଲକ ସଂଗଠନ ପାଇଁ ଏଜ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଶୋକ ସାହୁ ସଭାପତିତ୍ୱ କରିଥିବା ବେଳେ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ ସର୍ବଶ୍ରୀ ଭୁଲାଗିରି ସାହୁ, ମନୋରଞ୍ଜନ ପୁରୋହିତ, ପ୍ରଭାତ ଚନ୍ଦ୍ର ପ୍ରଧାନ, ରିତା ବେହେରା, ରଂଜିତ ଗିରି, ସୁମନ୍ତ ନାଏକ, ଫଗୁ ରଣବିଡ଼ା, ଅଜିତ ମହାକୁଡ଼, ନିତ୍ୟାନନ୍ଦ ବୁଡାଏକ, ଲଲାଜୀ ମେହେର । ଆସନ୍ତା ୨୬ ତାରିଖରେ ବୌଦ୍ଧ ବିଧାନସଭା ମଣ୍ଡଳୀରେ ତିନିଗୋଟି ଜାଗାରେ କର୍ମୀ ସମ୍ବିଳନୀ ଆୟୋଜିତ ହେବାକୁ ସ୍ଥିର କରାଯାଇଛି । ବୌଦ୍ଧ ବ୍ଲକ ପାଇଁ ନାରାୟଣନଗର ହାଟପଦା, ବୌଦ୍ଧ ଏନ ଏ ସି ପାଇଁ ଭିକାରି କଳା ମଣ୍ଡପ ଓ ହରଭଙ୍ଗା ବ୍ଲକ ପାଇଁ ପୁରୁଣାକଟକ ଖେଳ ପଡିଆରେ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଥିଲା ।
Post a Comment