ବୌଦ୍ଧ, (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା କଲେ କାକା ଶଶୁର ଓ ୨ ଶଳା । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ । ହତ୍ୟାକାରୀ ହେଲେ ପ୍ରବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ । ହତ୍ୟାକାରୀ ଏ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ନିଜ ଶଶୁର ଘର ଆଗରେ ବକେୟା ଟଙ୍କା ମାଗିବା, ଗାଳିଗୁଲଜ କରିବା ସହ ଶ୍ଵଶୁର ଘର ଲୋକଙ୍କ ସହ ପାଟି ତୁଣ୍ଡ କରିଥିଲେ! ଶଶୁର ଘର ଲୋକ ଏବଂ ଗୋବର୍ଦ୍ଧନ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଏଥିରେ ଶଶୁର ଘର ଲୋକେ ଅତିଷ୍ଠ ହୋଇ ଦାଣ୍ଡରେ ପଡ଼ିଥିବା ଏକ କାଠ ଫାଳିଆ ଓ ବାଉଁଶ ଠେଙ୍ଗା ରେ ଗାଁ ଦାଣ୍ଡରେ ଜ୍ବାଇଁ କୁ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ହତ୍ୟା କରିଥିଲେ। ବାଉଁସୁଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗୋବର୍ଧନ କୁ ଉଦ୍ଧାର କରି ବାଉଁସୁଣୀ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ! ବାଉଁଶୁଣି ଡାକ୍ତର ଖାନାରେ ଶବ ରଖିଥିବା ବେଳେ ପୋଲିସ ଫେରାରଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।
ବିଭତ୍ସ ହତ୍ୟାକାଣ୍ଡ. ଗାଁ ଦାଣ୍ଡରେ କାଠ ଫାଳିଆ ଓ ଠେଙ୍ଗା ରେ ପିଟି ପିଟି ହତ୍ୟା କଲେ କକା ଶ୍ୱଶୁର ଓ ୨ଶଳା
ଆଜତକ ଓଡ଼ିଶା
0
Post a Comment