ସିନ୍ଧେକେଲା,(ଆଜତକ୍ ଓଡ଼ିଶା) ବିବାଦୀୟ ଜମିକୁ ଚିହ୍ନଟ କରିବାକୁ ଯାଇ ଟିଟିଲାଗଡ ତହସିଲଦାର ପ୍ରେମଲାଲ ହିଆଲ ଓ ଅନ୍ୟକର୍ମଚାରୀଙ୍କୁ ହେବାକୁ ପଡିଛି ହଟହଟା । ଅଭିଯୋଗ ଅନୁସାରେ ଗତ ୨/୩ ବର୍ଷ ହେଲା ଟିଟିଲାଗଡ ତହସିଲ ଅନ୍ତର୍ଗତ ସିଲଣ୍ଡା ଗାଁ ର ଖେଳ ପଡିଆକୁ ନେଇ ଗାଁ ର କିଛି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟ ରେ ବିବାଦ ଲାଗି ରହିଥିଲା । ଗ୍ରାମବାସୀ ଅନେକ ସମୟରେ ତହସିଲ ରେ ଅଭିଯୋଗ କରିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇ ପାରିନଥିଲା।
ଏହି ସମସ୍ଯା ର ସମାଧାନ ପାଇଁ ଆଜି ତହସିଲଦାର ଓ ୩ ଜଣ ଆର ଆଇ ଓ ଅନ୍ୟ କର୍ମଚାରୀ ମିଶି ଏହି ଜମିର ଚିହ୍ନଟ କରିବାକୁ ଯାଇଥିଲେ , ଜମି ଚିହ୍ନଟ ହେବା ସମୟରେ ତହସିଲ କର୍ମଚାରୀ ମନମୁଖୀ ମାପଚୁପ କରୁଥିବା ସନ୍ଦେହ କରି ଗ୍ରାମବାସୀ ପ୍ରତିବାଦ କରିଥିଲେ। ହେଲେ ତହସିଲ କର୍ମଚାରୀ ଗାଁ ରୁ ଫେରି ଇଚଗାଁ ରେ ଥିବା ଆର ଆଇ ଅଫିସ କାର୍ଯ୍ୟାଳୟ ରେ ମଦ ମାଂସ ଭୋଜି ହେଉଥିବା ଜାଣିବାକୁ ପାଇ ଗ୍ରାମବାସୀ ଘଟଣା ସ୍ଥଳ ରେ ପହଞ୍ଚି ତହସିଲଦାର ଓ ତହସିଲ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଗ୍ରାମବାସୀ ଅଭିଯୋଗ କରିଥିଲେ ଅପର ପକ୍ଷ ତହସିଲ କର୍ମଚାରୀଙ୍କୁ ମଦ ଓ ମାଂସ ଭୋଜି ଦେଇ ଆପ୍ୟାୟିତ କରିଥିବାରୁ ଗ୍ରାମବାସୀ ଖେଳ ପଡିଆ ହରାଇଛନ୍ତି ।
ତହସିଲଦାର ଅଟକ ଥିବା ଖବର ପାଇବା ପରେ ସିନ୍ଧେକେଲା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ମଦ ଓ ମାଂସ ପାଇଁ ଆଜି ଏଠାରେ ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ ଡ୍ରାମା , ଆଗକୁ ଉଚିତ ନ୍ୟାୟ ନ ମିଳିିିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ କହିଛନ୍ତି , ଅନ୍ୟପକ୍ଷ ରେ ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଖାଇବାକୁ ବ୍ୟବସ୍ଥା କରାଯାଇଥିଲା କି ବୋଲି ଆମ ପ୍ରତିନିଧି ପଚାରିବାରୁ ତହସିଲଦାର ଅସ୍ଵୀକାର କରିଥିବା ବେଳେ ଏ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି ।
Post a Comment