ଅମର୍ଦ୍ଦାରୋଡ ବଜାର କମିଟିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ଓ ନୂତନ କମିଟି ଗଠନ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଅମର୍ଦ୍ଦାରୋଡ ବଜାର କମିଟିର  ବାର୍ଷିକ ସାଧାରଣ ଅଧିବେଶନ ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ମହାଦେବ ମନ୍ଦିର ସମ୍ମୁଖସ୍ଥ ହାଟପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ବଜାର କମିଟି ସଭାପତି ବିନୋଦିଲାଲ ଖଣ୍ଡେଲୱାଲ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ଷିକ ଆୟ,ବାୟର ହିସାବ ସାଧାରଣ ଙ୍କୁ ଅବଗତ କରାଯାଇଥିଲା।ପରେ କମିଟି ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇ ପୁଣି ସଭାପତି ଭାବେ  ବିନୋଦ ଲାଲ ଖଣ୍ଡେଲୱାଲ,ଉପସଭାପତି ଭାବେ ପ୍ରଦୀପ କୁମାର ବେହେରା, ବଜାର କମିଟି ଉପଦେଷ୍ଟା ଭାବେ ପୂର୍ବ ତନ ମନ୍ତ୍ରୀ ରଘୁନାଥ ମହାନ୍ତି,ପ୍ରସନ୍ନ ମିଶ୍ର, ଦେବୀ ଚାନ୍ଦ,ରବିନ୍ଦ୍ର ମହାନ୍ତି(କୁନୁ),ପୁର ତ୍ତୋମ ପରିଡ଼ା,ମଦନ ପାଲ,ସୁଧାଂଶୁ ଶେଖର ପଣ୍ଡା, ଜିଲ୍ଲା ପରିଷଦ ଶମ୍ଭୁନାଥ ସେଠୀ, ସମ୍ପାଦକ ଇନ୍ଦ୍ରଜିତ ଘୋଷ,ସହ ସମ୍ପାଦକ କମଳା କାନ୍ତ ଶୁର, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ରାଉଳ, କମିଟି ଅଫିସ ସମ୍ପାଦକ ରବିନ ରାଉଳ ଓ ୨୦ ଜଣ ସଦସ୍ୟ ମନୋନୀତ କରାଯାଇଥିଲା।

Post a Comment

Previous Post Next Post