ସିନ୍ଧେକେଲା ମୋଟର ଚାଲକସଂଘ ର ଅଫିସ ଗୃହ ଓ ଟେକ୍ସି ଷ୍ଟାଣ୍ଡ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ସାଲୁଜା

 


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା)କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା । ପ୍ରଥମେ ମୁଣ୍ଡପଦର ଠାରେ ମିଶନ ଶକ୍ତି ଗୃହ ର ଶୁଭ ଉଦଘାଟନ, ଅଳଣ୍ଡା ଠାରେ ଷ୍ଟ୍ରିଟ ଲାଇଟ ର ଶୁଭ ଉଦଘାଟନ ସାରି ସିନ୍ଧେକେଲା ପହଞ୍ଚିଥିଲେ । ସିନ୍ଧେକେଲା ମୋଟର ଚାଲକସଂଘ ର ଅଫିସ ଗୃହ ଓ ଟେକ୍ସି ଷ୍ଟାଣ୍ଡ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପାଇଁ ଆଜି ସିନ୍ଧେକେଲା ମୋଟର ଚାଲକସଂଘ ତରଫରୁ କରୋନା କଟକଣା କୁ ନଜରରେ ରଖି ବିନା କୌଣସି ଭିଡ କରି ଏକ ବିରାଟ ଚାରି ଚକିଆ ଗାଡି ର ରାଳି ଯୋଗେ ପଲ୍ଲିଶ୍ରୀ ନୋଡାଲ ହାଇସ୍କୁଲ ଠାରୁ ନୁତନ ବଜାର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ମୋଟର ଚାଲକସଂଘ ର ପରାମର୍ଶ ଦାତା ଅନିଲ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ହୋଇଥିବା ଏହି ରାଳି ସଂଘର ଜିଲ୍ଲା କଲ୍ଯାଣ ପାଣ୍ଠି ସଦସ୍ଯ ରଞ୍ଜନ ସଡଙ୍ଗୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ସଂଘ ସଭାପତୀ ରାମଚନ୍ଦ୍ର ତ୍ରିପାଠୀ ଓ ବିଧୁଭୁଷଣ ନାଏକ ପରିଚାଳନା କରିଥିବା ବେଳେ ଜିଲ୍ଲା ମୋଟର ଚାଲକସଂଘ ର

ଉପସଭାପତୀ ଖଗେଶ୍ବର ସାହୁ , ତ୍ରିନାଥ ସାହୁ ,ପଞ୍ଚାନନ ଗୁରୁ ,ଧ୍ରୁବଚରଣ ଗୁରୁ , ଅମନ ଥନାପତୀ, ଜିତେନ୍ଦ୍ର ଶବର, କୁନୁ ପୁଟେଲ, ଜଗ ଘିବେଲା, ଝାସକେତନ ସାହୁ , ମନ ଚିହ୍ନାରା, ବାଲାଜୀ ତ୍ରିପାଠୀ, ଦୁର୍ବଳ ବଛା, କ୍ଷୀରୋଦ ସାହୁ , ଲୁଚନ ଖର୍ସେଳ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ସାଲୁଜା ଭିତ୍ତିପ୍ରସ୍ତର ସ୍ଥାପନ କରିବାସହ ୨ ଲକ୍ଷ ଟଙ୍କାର ଅନୁଦାନ ଦେଇ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଆଗାମୀ ଦିନରେ ପୁଣୀ ଅନୁଦାନ ଯୋଗାଇ ଦେବାସହ କାମ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ପ୍ରତିନିଧି ଭୋଲାନାଥ ବେହେରା ଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post