ସିନ୍ଧେକେଲା ରେ ପୂର୍ବ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳିତ

 


ସିନ୍ଧେକେଲା,(ଆଜତକ୍ ଓଡ଼ିଶା) ଭାରତୀୟ ଜନତା ପାର୍ଟି ସିନ୍ଧେକେଲା ମଣ୍ଡଳ ପକ୍ଷରୁ ଭାରତର ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତଥା ଶୁସାସନ ଦିବସ ସ୍ଥାନୀୟ ପାତାଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇ ଯାଇଅଛି । ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବର୍ଗତ ବାଜପେୟୀଙ୍କ ଛବିରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଜେପି ଜିଲ୍ଲା ସମ୍ପାଦକ ଅନିଲ ନାଏକ , ବରିଷ୍ଠ ବିଜେପି ନେତା ପ୍ରକାଶ ସିଂ ବାଦଳ , ମଣ୍ଡଳ ସାଧାରଣ ସମ୍ପାଦକ ଅଲେଖ ବାଗ , ଯୁବ ମୋର୍ଚ୍ଚା ସଭାପତି ନୌରାଜ ରଣା , ଉପ ସଭାପତି ହେମନ୍ତ ସାହୁ , ଜିଲ୍ଲା ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ନିଲାଞ୍ଚଳ ଷଡ଼ଙ୍ଗୀ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କ୍ଷେତ୍ର ବେହେରା , ଓବିସି ମୋର୍ଚ୍ଚା ସଭାପତି ଭୋଳା ବେହେରା , ଲଳିତ ସାହୁ , ହରିଜନ ମୋର୍ଚ୍ଚା ସଭାପତି କିଶୋର ନାଗ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ଜୀବନି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ବେହେରା , ନିରାକାର ରଣା , ଦାମ ସୁନା , ମୋତି ତ୍ରିପାଠୀ , ବେଣୁଧର ମଲିକ ପ୍ରମୁଖ ସହଯୋଗ କରିଥିଲେ । 

Post a Comment

Previous Post Next Post