ବେଆଇନ କରତ କଳ ଜବତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକର ସିଂଳା ଥାନା ଅନ୍ତର୍ଗତ କରୁଆ ପଞ୍ଚାୟତର ମାଣିକପୁରା ଗ୍ରାମରେ ଆଜି ଲଙ୍ଗଳେଶ୍ୱର ବନ ବିଭାଗର ଫରେଷ୍ଟର ଶଶୀଧର ମହାନ୍ତି, ଗାର୍ଡ ପ୍ରମିଳା ସେନ ଏବଂ ଚାନ୍ଦିପୁରର ରେଞ୍ଜର ଗଣେଶ ଲେଙ୍କାଙ୍କ ସହଯୋଗରେ ଦୀର୍ଘ ଦିନ ହେଲା ବେଆଇନ ଭାବରେ ଚାଲୁ ଥିବା କରତ କଳ ଉପରେ ଚଢ଼ାଉ କରି ଆଜି କରତ କଳ ସହିତ ବହୁ ମୂଲ୍ୟବାନ କାଠ ଜବତ କରାଯାଇଛି । ତେବେ ଏହି ବେଆଇନ କରତ କଳକୁ କାର୍ତ୍ତିକ ଷଣ୍ଢ ନାମକ ବ୍ୟକ୍ତି ଚଳାଉଥିବାର ଜଣା ପଡିଛି । ବନ ବିଭାଗର ଏହି ଚଢ଼ାଉକୁ ବୁଦ୍ଧିଜୀବୀ ମାନେ ପ୍ରସଂଶା କରିଛନ୍ତି ।

Post a Comment

Previous Post Next Post