ସୌଣ୍ଡିକ ସମାଜର ନୂତନ କର୍ମକର୍ତା ଚୟନ


ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଂଟିଗୋରା ପଞ୍ଚାୟତ  ଅନ୍ତର୍ଗତ ବନ୍ଧଗୋରା ଶିବ ମନ୍ଦିର ପ୍ରାଙ୍ଗଣ ରେ ଆଜି କଣ୍ଟାମ|ଳ ବ୍ଲକ ସୌଣ୍ଡିକ ସମାଜ ର ନୂତନ କର୍ମକର୍ତା ଚୟନ କରାଯାଇଥିଲା। ଏଥିରେ କରୁଣାକର ସାହୁ ସଭାପତି ଭାବେ ମନୋନୀତ ହୋଇ ଉପସଭାପତି  ଆଶିଷ କୁମାର ସାହୁ, ସମ୍ପାଦକ ରାଧେଶ୍ୟାମ ସାହୁ, ସହ ସମ୍ପାଦକ ସଦାନନ୍ଦ ସାହୁ, କୋଷାଧକ୍ଷ ତରଣୀସେନ ସାହୁ, ସମେତ ଉପଦେଷ୍ଟା କମିଟି ର ସଦସ୍ୟ ଭାବେ ଲଳିତ କୁମାର ସାହୁ, ଅବଧୂତ ସାହୁ, କାର୍ତ୍ତିକେଶ୍ୱର ସାହୁ, ଦିଗାମ୍ବର ସାହୁ, ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ |ସମାଜ ର ଉନ୍ନତି ମୂଳକ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରାଯାଇ ସମାଜକୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା । କଣ୍ଟାମ|ଳ ବ୍ଲକ ର ସମସ୍ତ ଜୋନ ମେମ୍ବର ମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Post a Comment

Previous Post Next Post