ଅଗ୍ନିକାଣ୍ଡ ରେ ଘର ର ସମସ୍ତ ଆସବାବ ପତ୍ର ପୋଡ଼ିଗଲ।


ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ପତିମାଲ୍ ଗାଁ ରେ ଜଣକ ଘରେ ନିଆଁ ଲାଗି ଘରର ସମସ୍ତ ଜିନିଷ ପୋଡିଯାଇଛି ।ମିଳିଥିବା ସୂଚନା ଅନୁସାରେ ଗତ କାଲି ଏହି ଗାଁ ର ରାମ କବାଟ ଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଅନେକ ଜିନିଷ ପତ୍ର ପୋଡିଯାଇଛି ।ତତକ୍ଷଣାତ୍ ଗ୍ରାମବାସୀ କଣ୍ଟାମାଳ ଦମକଳ କେନ୍ଦ୍ର କୁ ଯୋଗାଯୋଗ କରିଥିଲେ ।କଣ୍ଟାମାଳ ରୁ ଦମକଳ ଯାଇ ନିଆଁ କୁ ଆୟତ୍ତ କରିଥିଲା । ରାମ କବାଟ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀ ସହାୟତା ପାଇଁ ଦାବି କରିଛନ୍ତି ।ଏନେଇ ଆମେ କଣ୍ଟାମାଳ  ଦମକଳ କେନ୍ଦ୍ର ଅଧିକାରୀ ପ୍ରଦୀପ ଖଡିଆଙ୍କ ସହ ଯୋଗ ଯୋଗ କରିବାରୁ ସେ ମଧ୍ୟ ବହୁତ୍ ଜିନିଷ ପତ୍ର ପୋଡିଯାଇଥିବା ସ୍ବୀକାର କରିଛନ୍ତି ।

Post a Comment

Previous Post Next Post