ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ ଶିବିର


ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧବ୍ଳକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତଠାରେ ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟାବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଗରୀବ ଓ ଭୂମିହୀନ ୮୬ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଘରଡିହ ପଟ୍ଟା ସହିତ ଏହି ପରିବାରମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଜାନରେ ଅତିରିକ୍ତ ୫୦ଦିନର କାମ ମଧ୍ୟ ଯୋଗାଇଦିଆଯିବାର ବ୍ୟବସ୍ଥା କରାଯାଇଛି । 


 ଏହି ଶିବିରରେ କଡାମୁଣ୍ଡା,ତୁତୁମସିଂହ, ବଡଗୋଛାପଡ଼ା ମେନିଆପାଜୁ ଓ ରକଡପାଜୁର ଗ୍ରାମର ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କାରଯାଇଥିଲା । ଯେଉଁ ଭୂମିହୀନ ପରିବାରମାନେ ତିନିପୁରୁଷ ଧରି ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି,ସେମାନଙ୍କୁ ଚିହ୍ନଟ ଓ ତର୍ଜମା କରାଯାଇ ଏହି ପଟ୍ଟା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇଥିଲେ ।

Post a Comment

Previous Post Next Post