୧୮-୧୯ବର୍ଷ ଯୁବପିଢ଼ି ଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ


ରିପୋର୍ଟର : ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ୧୮-୧୯ବର୍ଷ ବୟସର ଯୁବ ପିଢ଼ି ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁବୌଦ୍ଧ  ଜିଲ୍ଲା ପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଅଧକ୍ଷତାରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସନତ କୁମାର ନାଏକ, ଡେପୁଟି ଜିଲ୍ଲା ପାଳ ଅବନୀକାନ୍ତ ସାହୁ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଅଧକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆଦର୍ଶ ମହାବିଦ୍ୟାଳୟ ଅଧକ୍ଷ ରବୀନ୍ଦ୍ର ସାହୁ, ବରିଷ୍ଠ ରାଜସ୍ବ ସହାୟକ ସରୋଜ କୁମାର ବେହେରା, 


କନିଷ୍ଠ ରାଜସ୍ବ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ!ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୨କିଭଳି ସଫଳତା ସହ ବହୁ ମାତ୍ରାରେ ଭୋଟର ପଞ୍ଜିକୃତ ହୋଇପାରିବ୧୮ବର୍ଷ ବୟସ ରୁ ଅଧିକବ୍ୟକ୍ତି ଯେମିତି ଭୋଟର ହେବାରୁ ବଞ୍ଜିତ ନ ହୁଅନ୍ତି ଏବଂ ଭୋଟର ତାଲିକା ଯେପରି ନିର୍ଭୁଲ ଭାବରେ ପ୍ରକାଶ ପାଇବ ସେ ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଥିଲେ!ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ପାଇଁ ଭୋଟର ହେଲ୍ପ ଲାଇନ ଆପ୍ସ ପ୍ରଚଳନ କରାଯାଇଛି!ଏହି ଆପ୍ସ ଦ୍ୱାରା ଭୋଟର ତାଲିକାରେ ନିଜ ନାଁଯାଞ୍ଜ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବେ ଆବେଦନ କରିପାରିବେ!

Post a Comment

Previous Post Next Post