ରିପୋର୍ଟର //ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜୟ ଜଗନ୍ନାଥ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ଆସନ୍ତା ୧୦ ତାରିଖ ବୁଧବାର ଦିନ ହେବାକୁ ଥିବା ରକ୍ତଦାନ ଶିବିର ନିମନ୍ତେ ଆଜି ଧୁଙ୍ଗିଆମୁଣ୍ଡା ଠାରେ କ୍ଲବ ସଭାପତି ଅମିତା ବଚନ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନେହରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ, ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ସଭାପତି ରମେଶ ପ୍ରଧାନ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ରକ୍ତଦାନ ର ଅବଶ୍ୟକତା ଓ ମହନୀୟତା ଏବଂ ଉପକାରିତା ସମ୍ପର୍କ ରେ ଅବଗତ କରାଇଥିଲେ । ତତ ସହିତ କିଭଳି ଭାବରେ ରକ୍ତଦାନ ଶିବିର ଆୟୋଜନ କରାଯିବ ସେ ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ସଭ୍ୟ ହିମାଂଶୁ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହିତ ଗଣମାଧ୍ୟମ ଜରିଆରେ ଯୁବ ସମାଜସେବୀ ସୁଧିର ଦୀପ ରକ୍ତଦାନ ଭଳି ମହତ ଦାନ କରିବା ନିମନ୍ତେ ଛତ୍ରଙ୍ଗ ଓ ହରଭଙ୍ଗା ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କୁ ବିନମ୍ର ନିବେଦନ କରିଛନ୍ତି । ସୂଚନା ଥାଉକି ଆସନ୍ତା ୧୦ ତାରିଖ ବୁଧବାର ଦିନ ଛତ୍ରଙ୍ଗ ଠାରେ ହେବାକୁ ଥିବା ରକ୍ତଦାନ ଶିବିର ରେ ରକ୍ତ ଦେବାକୁ ଚାହୁଁଥିବା ସ୍ବେଚ୍ଛାକୃତ ରକ୍ତଦାତା ବନ୍ଧୁ ମାନେ ତାଙ୍କର ନାମ ପଞ୍ଜିକରଣ କରିବା ନିମନ୍ତେ ୮୪୮୦୦୪୮୬୭୦,୮୭୬୩୨୮୬୮୯ ୭,୭୨୦୫୧୯୦୧୫୯ ନମ୍ବରରେ ଯୋଗାଯୋଗ କରିପାରିବେ ।
Post a Comment