ମାହେଶ୍ୱରୀ ଗୋଶାଳା ତରଫରୁ ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ


ରିପୋର୍ଟର//ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ଗିରି ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜକ ଭାବେ ବାବା ଖଗେଶ୍ୱର ବନପ୍ରସ୍ଥି ଓ କର୍ତ୍ତା ଭାବେ କୃତ୍ତିବାସ ପଲିଆ, ନିର୍ଗୁଣ ମହାକୁଡ଼ ତୁଳାଇଥିଲେ । ଏହି ଅବସରରେ ଗୋପୁଜନ, ମାଜେଶ୍ବରୀ ପୀଠରେ ପୂଜା , ଭୀମ ପାହାଡ଼ରେ ପୂଜା ପରେ ଏକ ଗୋସୁରକ୍ଷା ଉପରେ ସଚେତନଟା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅଥିତି ଭାବେ ମାଗୁଣି ଗାଈଗୋରିଆ, ମୁଖ୍ୟ ବକ୍ତା ଭାବେ ଚଳଚିତ୍ର ନିର୍ଦ୍ଧେଶକ ବନମାଳି ରଣା, ସଂମ୍ମାନିତ ଅଥିତି ଭାବେ ବାବା କୁଞ୍ଜବନ ଗିରି, କେଳାକଟା ଗ୍ରାମ୍ୟ କମିଟି ସଭାପତି କପିଳେଶ୍ୱର ବାହୁକ,ନାଟ୍ୟ ନିର୍ଦ୍ଧେଶକ ସୁତେନ୍ଦ୍ର କର୍ଣ୍ଣ, ମଞ୍ଚକଲା ନିର୍ଦ୍ଧେଶକ ଅଜିତ ମହାପାତ୍ର ଯୋଗଦାନ କରି ଗୋବର୍ଦ୍ଧନ ଉତ୍ସବ ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ l ବୌଦ୍ଧ ଜିଲ୍ଲାର ଗୋପ, ମଥୁରା, ବୃନ୍ଦାବନ ରାଧାନଗର ଓ କୃଷ୍ଣମୋହନପୁରକୁ ନେଇ ରାଧା କୃଷ୍ଣଙ୍କ ଲୀଳା କ୍ଷେତ୍ର ସହିତ ଏକ ବିଶିଷ୍ଟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଭିତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଥିତି ମାନେ ଅନୁରୋଧ କରିଥିଲେ ।



Post a Comment

Previous Post Next Post