ରିପୋର୍ଟର//ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ଗତକାଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଠାରେ "ସତ୍ୟସନାତନ ଧର୍ମ "ବୌଦ୍ଧ ଜିଲ୍ଲା ଶାଖା ର ଅମାବାସ୍ୟା ପରିକ୍ରମା ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି!ଏହି ଅବସରରେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଗୋ ସୁରକ୍ଷା, ପରିବେଶ ସୁରକ୍ଷା, ଆୟୁର୍ବେଦ ଚିକିତ୍ସା ନିମନ୍ତେ ସମସ୍ତେ ସଂକଳ୍ପ ନେଇଥିଲେ!ଯଜ୍ଞ କର୍ମ ରେ ଗୋ ସେବକ ସାଧୁ ମଧୁସୂଦନ ଦାସ, ଖଦlଳ ବାବା, ଶମ୍ଭୁ ବାବା, ଟୁନା ବାବା, ଯୋଗ ଦେଇ ସମସ୍ତ କାର୍ଯ୍ୟ ତଦାରଖ କରିଥିବା ବେଳେ ମଥୁରା ଶାଖା ତରଫରୁ ସମସ୍ତେ ସହଯୋଗ କରିଥିଲେ! ଆଜି ୦୫/୧୧ଠାରୁ ୧୧/୧୧ପର୍ଯ୍ୟନ୍ତ "ଗୋବର୍ଦ୍ଧନ ପୂଜା ଗୋ ସୁରକ୍ଷା ରଥ ପରିକ୍ରମା ", ଦାନ୍ତପାଲି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ମହୋତ୍ସବ ପାଳିତ ହେବାକୁ ସ୍ଥିର କରାଯାଇଛି! ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବାସି ଙ୍କୁ ଗୋଶାଳା ର ଅଧକ୍ଷ ନିର୍ଗୁଣ ମାହାକୁଡ଼ ଓ ସମ୍ପାଦକ କୃତିବାସ ପଲିଆ ଙ୍କ ଆମନ୍ତ୍ରିତ ରହିଥିବା ର ସୂଚନା ମିଳିଛି।
Post a Comment