ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ବୁରକଟା ଗଦବସା ପଡିଆରେ ଦୁଇଦିନ ଧରି ଚାଲିଥିବା ୧୨ତମ ମା ମାହେଶ୍ୱରୀ କ୍ରିକେଟ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚ ଫୁଲବାଣୀ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚଟି ତିନୋଟି ଫର୍ମାଟରେ ଖେଳା ଯାଇଥିଲା । ୧୦ ଓଭର ବିଶିଷ୍ଟ ପ୍ରଥମ ଫର୍ମାଟରେ ପ୍ରଥମେ ଫୁଲବାଣୀ ଦଳ ବ୍ୟାଟିଂ କରି ୮ ୱକେଟ ହରାଇ ୭୦ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ସମ୍ବଲପୁର ଦଳ ବ୍ୟାଟିଂ କରି ୨ ୱକେଟ ହରାଇ ୬ ଓଭର ୫ ଟି ବଳରେ ୭୪ ରନ କରି ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ଫର୍ମାଟ ୮ ଓଭର ବିଶିଷ୍ଟ ଖେଳା ଯାଇଥିଲା । ଏଥିରେ ଫୁଲବାଣୀ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓଭରରେ ୫ ୱକେଟ ହରାଇ ୫୯ ସଂଗ୍ରହ କରିଥିବା ବେଳେ ସମ୍ବଲପୁର ଦଳ ୩ ଓଭରରେ ଗୋଟିଏ ୱକେଟ ହରାଇ ୬୪ ରନ ସଂଗ୍ରହ କରୁଥିଲେ । ପ୍ରଥମ ଓ ଦ୍ୱିତୀୟ ଫର୍ମାଟରେ ଉଭୟ ସମ୍ବଲପୁର ଦଳ ବିଜୟୀ ହୋଇଥିବାରୁ ତୃତୀୟ ଫର୍ମାଟ ଖେଳା ଯାଇ ନଥିଲା । ଯାହାଫଳରେ ସମ୍ବଲପୁର ଦଳ ଚମ୍ପିୟାନ ହୋଇଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସମୀର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜ ସଂସ୍କାରକ ନାରାୟଣ ମିଶ୍ର ବିଜେତା ଦଳକୁ ଟ୍ରଫି ସହ ୧୨୦୦୦ ଟଙ୍କା ଦେଇ ପୁରସ୍କୃତ କରିଥିବା ବେଳେ ଉପବିଜେତା ଦଳକୁ ଟ୍ରଫି ସହ ୮୦୦୦ ଦେଇ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ସଚେତନ ଯୁବ ସମାଜର ସଭାପତି ପ୍ରଫୁଲ କୁମାର ଜେନା, ସାମ୍ବାଦିକ ନବକିଶୋର ମେହେର, କଷ୍ଟ ପ୍ରଧାନ ଯୋଗଦେଇଥିଲେ । ସୁଶାନ୍ତ ଭୋଇ ସଭା ପରିଚାଳନା ଓ ରବି ନାରାୟଣ ପଟ୍ଟନାୟକ ଧନ୍ୟବାଦ ମଧ୍ୟ୍ୟ ଅର୍ପଣ କରିଥିଲେ । ଆମ୍ପିୟାର ଭାବେ ସ୍ୱାଧୀନ ପ୍ରଧାନ ଓ ସଲିଲ ପ୍ରଧାନ ତୁଲାଇଥିବା ବେଳେ ସ୍କୋର ଭାବେ ଅବନୀ ବାରିକ ଓ ଅଭିଷେକ ପ୍ରଧାନ ତୁଲାଇଥିଲେ । ଶ୍ରୀଧାର୍ଥ କର୍ମୀ, ସଚିନ କର୍ମୀ,ପୁଷ୍ପରାଜ ପ୍ରଧାନ, ଜ୍ଞାନ ପ୍ରକାଶ ପ୍ରଧାନ, ସତ୍ୟଜିତ କର୍ମୀ, ଚକ୍ରଧର ଦେହୁରୀ, କୈଳାଶ ଅମାତ, ପ୍ରସଂଜିତ ପ୍ରଧାନ,ଅଜିତ ପ୍ରଧାନ ଓ ଅନୁଷ୍ଠାନର କର୍ମକର୍ତା ସହଯୋଗ କରିଥିଲେ ।
Post a Comment