ଓଡିଶା ମୋ-ପରିବାର ତରଫରୁ ସଂଗ୍ରହ ହେଲା ୫୨ ୟୁନିଟ ରକ୍ତ


ରିପୋର୍ଟର : ସୁଶାନ୍ତ କୁମାର ବେହେରା ଓ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା)ରକ୍ତଦାନ ଏକ ମହତ ଦାନ, ବୌଦ୍ଧ ବ୍ଲକ ମୁଣ୍ଡାପଡ଼ ପଂଚାୟତ ଠାରେ ଗତକାଲି ଓଡିଶା ମୋ -ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!ମୁଖ୍ୟ ଅତିଥି ଭାବେ ଏହି ଶିବିର ରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହ କରିବା ସହିତ ରକ୍ତଦାନ କରି ଆଗାମୀ ଦିନରେ ଓଡ଼ିଶାରେ ଯେମିତ ରକ୍ତ ର ଅଭାବ ରହିବନି ତାହା ଉପରେ ଆଲୋକପାତ କରିଥିଲେ। ଏହି ଶିବିରରେ ମୋଟ ୫୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ର ସୂଚନା ମିଳିଛି!ଏହି କାର୍ଯ୍ୟକ୍ରମ ରେ ଜୀବନବିନ୍ଦୁ, ମୋ ଓଡିଶା ଜିଲ୍ଲା ସଂଯୋଜକ ତଥା ବିଜେଡି ସଭାପତି ମୃତ୍ୟୁ ଞ୍ଜୟ ମିଶ୍ର, ଜିଲ୍ଲା ସରପଞ୍ଚ ସଂଘ ସଭାପତି ମୁଣ୍ଡlପଡ଼ା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ବିଜେଡି ଉପ ଜିଲ୍ଲା ସଭାପତି ସୁବୋଧ ପ୍ରଧାନ, ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ଜିଲ୍ଲା ବିଜେଡି ସଭାନେତ୍ରୀ ଜସ୍ମିନ ପ୍ରଧାନ ଯୁବ ନେତା ପ୍ରଭାତ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ହରଭଙ୍ଗା ବ୍ଲକ ବିଧାୟକ ପ୍ରତିନିଧି ସୀତାଂଶୁ ମହାକୁଡ଼ ସମେତ ବହୁ ସରପଞ୍ଚ ଏହି କାର୍ଯ୍ୟକ୍ରମ ରେ ସାମିଲ ରହିଥିଲେ।

Post a Comment

Previous Post Next Post