ମନମୁଣ୍ଡା ଥାନାରେ ସ୍ବେଚ୍ଛା ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗ୍ରହ

ରିପୋର୍ଟର : ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ମନମୁଣ୍ଡା ଥାନା ରେ ଏକ ସ୍ବେଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ପୋଲିସ ସୌଯ୍ୟନ୍ୟତା ରେ ଓ ମନମୁଣ୍ଡା ଥାନା ର ଆୟୋଜନକ୍ରମେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ ଫିତା କାଟି ଏହାକୁ ଉଦଘାଟନ କରିଥିଲେ ଓ ଏଥିରେ ସମ୍ମାନିତ ଅତିଥିଭାବେ ଏସ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଯୋଗ ଦେଇ ଉତ୍ସାହିତ କରିଥିଲେ। ବିଶିଷ୍ଟ ସାମାଜିକ କର୍ମୀ ସୁଶାନ୍ତ କୁମାର ମିଶ୍ର (ଶିମିଳିପଦର) ସର୍ବପ୍ରଥମେ ରକ୍ତଦାନ କରିଥିଲେ ।ଏତଦ ବ୍ୟତୀତ ,ପୋଲିସ ଅଧିକାରୀ,କର୍ମଚାରୀ ଓ ସ୍ଥାନୀୟ ସ୍ବେଛାସେବୀ ଯୁବକ ରକ୍ତଦାନ କରିଥିଲେ।ଆଜିର ଶିବିର ରେ ମୋଟ 62 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଓ ସେସବୁ ବୌଦ୍ଧ ରକ୍ତ ଭଣ୍ଡାର କୁ ପଠାଯାଇଥିଲା।ରକ୍ତ ସଂଗ୍ରହ ରେ ମନମୁଣ୍ଡା ସି ଏଚ ସି ଡାକ୍ତର ସଞ୍ଜୟ କୁମାର ଦଳେଇ, ଏସ ଟି ଡି କ୍ଲିନିକ ଡି ଏଚ ଏଚ ବୌଦ୍ଧ ର କାଉନସେଲର ପ୍ରମୋଦ କୁମାର ମହାରଣା,ବୌଦ୍ଧ ରକ୍ତ ଭଣ୍ଡାର ଲବରେଟୋରି ଟେକ୍ନିସିଅନ ଦେବଦତ୍ତ କିଷାନ,ମନମୁଣ୍ଡା ସି ଏଚ ସି ଲବରେଟୋରି ଟେକ୍ନିସିଅନ ବିରେନ୍ଦ୍ର କୁମାର ରଥ, ଏ ଏନ ଏମ ସ୍ୱରଣୀଖିନି ତ୍ରିପାଠୀ, ଆଟାଣ୍ଡାଣ୍ଟ ଦେବରାଜ ବେହେରା ନିୟୋଜନ ଥିଲେ।ମନମୁଣ୍ଡା ଆଇ ଆଇ ସି ଗୋପୀନାଥ ପ୍ରଧାନ ଙ୍କ ନେତୃତ୍ୱରେ ଓ ଏସ ଆଇ ଜ୍ଞାନେନ୍ଦ୍ର କୁମାର ମିଶ୍ର,,ଏ ଏସ ଆଇ ପବିତ୍ର କୁମାର ସାମଲ,ଏ ଏସ ଆଇ କୃଷ୍ଣଚନ୍ଦ୍ର ମଲ୍ଲିକ,ହାବିଲଦାର କିଷାନ ଚନ୍ଦ୍ର ପାଣ୍ଡେ ପ୍ରମୁଖ ଶିବିର ପରିଚାଳନା କରିଥିଲେଏବଂ ,ସମସ୍ତ କନେଷ୍ଟବଳ, ଗୃହରକ୍ଷୀ ଓ ଗ୍ରାମରକ୍ଷୀ ପ୍ରମୁଖ ସହଯୋଗ କରିଥିଲେ।ମନମୁଣ୍ଡା ଥାନାର ଏତାଦୃଶ ମହତ କାର୍ଯ୍ୟ କୁ ବହୁତ ପ୍ରଶଂସା କରାଯାଇଛି।

Post a Comment

Previous Post Next Post