ଅଷ୍ଟମ ଜିଲ୍ଲା ଉପଦେଷ୍ଟା କମିଟି ର ବୈଠକ


ବୌଦ୍ଧ,(ଆଜତକ୍ ଓଡ଼ିଶା) ଆଜି ଅପରାହ୍ନ ୪ଘଣ୍ଟା ସମୟରେ ବୌଦ୍ଧ ବନଖଣ୍ଡ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ର ଅଷ୍ଟମ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସମସ୍ତ ଜିଲ୍ଲା ଅଧିକାରୀ ଙ୍କୁ ସ୍ୱାଗତ କରିବା ସହ ସଭା କୁ ପରିଚାଳନା କରିଥିଲେ!ସହ ସହକାରୀ ବନ ସଂରକ୍ଷକ  ରାଜେନ୍ଦ୍ର ଗୋଛାୟତ 2021/022ବର୍ଷ ପାଇଁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ବିଭାଗ ସହ ହୋଇଥିବା ସହାଭାଗିତା କାର୍ଯ୍ୟକ୍ରମ ଗୁଡିକର ଆଲୋଚନା କରିଥିଲେ!ଜିଲ୍ଲାପାଳ ବନଜାତ ଦ୍ରବ୍ୟ ଯଥା -କେନ୍ଦୁ, କରଡ଼ି, ଚରlମଞ୍ଜି, ଓ ବାଉଁଶ ତିଆରି ଜିନିଷ ଚାହିଦା ବଢାଇବା କୁ ପରାମର୍ଶ ଦେଇଥିଲେ!ଖଣ୍ଡିୟ କାର୍ଯ୍ୟାଳୟ ର ଜୀବନ ଜୀବିକା ବିଷୟ ପ୍ରମୁଖ ସୁରେନ୍ଦ୍ର କୁମାର ମେହେର ବିଭିନ୍ନ ବିଭାଗ ର ଯୋଜନାରେ ହେଉଥିବା କାର୍ଯ୍ୟ ଗୁଡିକ ର ଅନୁମୋଦନ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ!ଶେଷରେ ତଥ୍ୟ ବିଷୟ ପ୍ରମୁଖ ଶିବଦତ୍ତ ଅlଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ!ଏହି ବୈଠକ ରେ ବୌଦ୍ଧ ବନାଞ୍ଚଳ ଅଧିକାରୀ ଓ ପ୍ରକଳ୍ପ କାର୍ଯ୍ୟ କର୍ତ୍ତା ମାନେ ସହଯୋଗ କରିଥିଲେ।

Post a Comment

Previous Post Next Post