ସୋନପୁର,(ଆଜତକ୍ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ବୀରମହାରାଜପୁର ସ୍ଥିତ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ସେବା ସଂଘ ଠାରେ କାର୍ଯ୍ୟକ୍ରମକୁ ନେହେରୁ ଯୁବ ସ୍ଵେଚ୍ଛସେବୀ ଶ୍ରୀ ସୁଦର୍ଶନ ଭରାସାଗର୍ ଓ ସେବା ସଂଘ ର ସକ୍ରିୟ କର୍ମକର୍ତ୍ତା ଗଦାଧର ବାଦି ପରିଚାଳନା କରିଥିଲେ। ଏଥିରେ ବୀରମହାରାଜପୁର ତହସିଲ୍ ର ଆଡିସନାଲ ତହସିଲଦାର ଶ୍ରୀ ସ୍ବାଗତ କୁମାର୍ ପଣ୍ଡା ମୁଖ୍ୟ ଅତିଥି ଓ ରାଜନୀତି ବିଭାଗ ଅଧ୍ୟାପକ ରାଜକୁମାର ବାଦି ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବିଧାନ ଦିବସ ଉପରେ ଆଲୋକପାତ କରିଥିଲେ । ସଂଘର ସଭାପତି ଶ୍ରୀ ଅନାଦି ଜଗଦଲା ଓ ମହେନ୍ଦ୍ର ଜଗଦଲା, ଆଶିଷ ସାହୁ ଓ ଜଗ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଶ୍ରୀ ପଣ୍ଡା ମହୋଦୟ ଭାରତୀୟ ସମ୍ବିଧାନ ପୃଥିବୀର ସର୍ବଶ୍ରେଷ୍ଠ ତଥା ବୃହତ୍ ଲିଖିତ ସମ୍ବିଧାନ ବୋଲି ମତବ୍ୟକ୍ତ କରିଥିଲେ । ସଂଗଠନର କର୍ମକର୍ତ୍ତା ଓ ସୋନପୁର ଜିଲ୍ଲା ନେହେରୁ ଯୁବ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପୂର୍ଣ୍ଣ ସହଯୋଗ ପୂର୍ବକ ଆୟୋଜିତ କାର୍ଯ୍ୟକ୍ରମ ଟି ଖୁବ୍ ସୁନ୍ଦର ଭାବେ ପରିସମାପ୍ତି ହୋଇଥିଲା । ପରିଶେଷରେ ମନୋଜ୍ କୁମାର୍ ରାଜହଂସ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ୟୁଥ୍ କ୍ଲବ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଓ ଭାରତୀୟ ସମ୍ବିଧାନ ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment