ଚାଲିଗଲେ ସାମ୍ବାଦିକତା ଜଗତର ଭୀଷ୍ମ ପିତାମହସତ୍ୟ ନାରାୟଣ ବେହେରା, କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଶୋକସଭା

           


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସାମ୍ବାଦିକ ଜଗତର ଗୋଟିଏ ଯୁଗର ଅବସାନ ଘଟିଲା । ଚାଲିଗଲେ ଜଣେ ଦରଦୀ, ସଚ୍ଚୋଟ, ନିର୍ଭୀକ ତଥା ଜଣେ ସ୍ନେହୀ ମଣିଷ ସତ୍ୟ ଦାଦା । ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ଆଜି ଦିନ ୨  ଟା ମିନିଟ୍ ସମୟରେ ନିଜ କଂସାରି ପଡା ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ମୃତ୍ୟୁ ର କିଛି ଦିନ ପୂର୍ବରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ଯ ଖବର ପ୍ରଚାରିତ ହେବା ପରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ବେହେରାଙ୍କ ୪ ଟି ପୁଅ ଓ ୩ ଟି ଝିଅ ରହିଛନ୍ତି । କିଛି ବର୍ଷ ପୂର୍ବରୁ ଶ୍ରୀ ବେହେରାଙ୍କ ସ୍ତ୍ରୀଙ୍କ ପରଲୋକ ହୋଇଥିଲା । ଦୈନିକ ପ୍ରଜାତନ୍ତ୍ର ଖବରକାଗଜରୁ ନିଜର ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିବା ଶ୍ରୀ ବେହେରା ମୃତ୍ୟୁ ପର୍ଯ୍ୟନ୍ତ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ଥିଲେ । ଦୈନିକ ପ୍ରତିଦିନ ଖବର କାଗଜର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଭାବରେ ସେ ମୃତ୍ୟୁ ପର୍ଯ୍ୟନ୍ତ କାମ କରି ଆସୁଥିଲେ । ଜଣେ ନିଷ୍ଠାବାନ ସାମ୍ବାଦିକତା ଭାବରେ ଶ୍ରୀ ବେହେରାଙ୍କ ସାରା ଓଡିଶାରେ ସୁନାମ ରହିଥିଲା ।  ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି ଭାବରେ ଶ୍ରୀ ବେହେରା ସାମ୍ବାଦିକ ମାନଙ୍କ ନେତୃତ୍ୱ ନେଇ ସେମାନଙ୍କ ଅଧିକାର ପାଇଁ ସବୁବେଳେ ଲଢେଇ କରି ଆସୁଥିଲେ । ଜଣେ ଲେଖକ ଓ ମଞ୍ଚ  ଅଭିନେତା ଭାବରେ ଶ୍ରୀ ବେହେରାଙ୍କ ଏକ ସ୍ଵତନ୍ତ୍ର ପରିଚୟ ଥିଲା । ଶ୍ରୀ ବେହେରାଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଙ୍କ ବିୟୋଗ ରେ ପ୍ରେସ କ୍ଲବ ତରଫରୁ ଶୋକସଭା ର ଆୟୋଜନ ପ୍ରେସ କ୍ଲବ କାର୍ୟ୍ଯଲୟ ପରିସର ରେ କରା ଯାଇଥିଲା, ସଭାପତି ପ୍ରବଜିତ ସିଂହ ସାଲୁଜା ଶୋକ ପ୍ରସ୍ତାବ ଆଗତ କରିଥିଲେ, କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ସମ୍ପାଦକ ସୁବ୍ରତ ମହାକୁର, ଉପସଭାପତି ମନୋଜ ଶର୍ମା, ରଶ୍ମି ରଂଜନ ପୁଟେଲ, କୋଷାଧ୍ୟକ୍ଷ ହନୀ ସିଂହ, ଯୁଗ୍ମ ସମ୍ପାଦକ ଦୀପକ ୟାଦବ, ଅନିଲ ତ୍ରିପାଠୀ, ପରାମର୍ଶଦାତା ଆଶିଷ ଖେତାନ, ବନ୍ଟି ଗୁପ୍ତା, ଆନଂଦ ମୋଟେ, ଅଶୋକ ଖମାରି, କାର୍ଯ୍ୟକାରୀ ସଭ୍ୟ   ଜଗମୋହନ ତାଣ୍ଡି, ଦୀପକ ପାଣିଗ୍ରାହୀ, ସୁଶାନ୍ତ ବେହେରା, ଦିନେଶ ଜୈନ,ବିସିକେଶନ ମାଝୀ, ରୋହନ ମହତ, ବିକାଶ ମିତ୍ତଳ, ଯୁଗଳ କିଶୋର ଶବର  ପ୍ରମୁଖ  ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ ।

Post a Comment

Previous Post Next Post