ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ କଟମସିଙ୍ଗ ଗ୍ରାମ ରାସ୍ତାରେ ଶନିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଏକ ଅଜଣା ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଶଗଡା ପଂଚାୟତ ଅନ୍ତର୍ଗତ ଡମପଡା ଗ୍ରାମର ସନ୍ତୋଷ ଦନାୟକ(୨୪) କଟମସିଙ୍ଗ ନିକଟରେ ଏକ କପା ବାରିରେ କାମ କରି ଫେରୁଥିଲେ । ରାସ୍ତାରେ ଏକ ଅଜଣା ଟ୍ରାକ୍ଟର ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଥିବା ଜଣାପଡିଛି ।
ସେ ରାସ୍ତାରେ ଛିଟିକି ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ । ହେଲେ ଡାକ୍ତରଖାନାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଘିଆପଡା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଥିବା ଜଣା ଯାଉଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଫେରାର ହୋଇ ଯାଇଥିବା ଯାଇଛି ।
Post a Comment