ବୌଦ୍ଧ ବ୍ଲକ ସାମ୍ବାଦିକ ସଂଘ ଗଠିତ


ରିପୋର୍ଟର
//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ବୌଦ୍ଧ ବ୍ଲକର ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ ଶନିବାର ବରିଷ୍ଠ ସାମ୍ବାଦିକ ଉଦୟନାଥ ଶର୍ମାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବୌଦ୍ଧ ବ୍ଲକର ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ବୌଦ୍ଧ ବ୍ଲକ ସାମ୍ବାଦିକ ସଂଘ ନାମରେ ଏକ ସଂଘ ଗଠନ କରିଥିଲେ । ଏହି ସଂଘରେ ସଭାପତି -ଉଦୟନାଥ ଶର୍ମା, ସାଧାରଣ ସମ୍ପାଦକ -ରଞ୍ଜନ କୁମାର ଦାସ, ଉପସଭାପତି -ମନରଞ୍ଜନ ନାଏକ, ସହସମ୍ପାଦକ -ନବ କିଶୋର ମେହେର, କୋଷାଧ୍ଯକ୍ଷ -ଶ୍ରୀକାନ୍ତ ସାହୁଙ୍କୁ ମୋନନିତ କରାଯାଉଥିଲା । ଏଥିରେ ସଭ୍ୟ ଭାବେ ସାମ୍ବାଦିକ ଦେବାଶିଷ ନେପାକ, ସୀତାକାନ୍ତ ସିଂ, ରାଜେଶ ଜେନା, ପ୍ରିୟବ୍ରତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନବକିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post