କମିରା ଗ୍ରାମ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ :ଦୁର୍ଘଟଣା ଜଣେ ମୃତ


ରିପୋର୍ଟର
// ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା-ଖଣ୍ଡପଡା ରାସ୍ତା ମଝିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଅପରାହ୍ନ ୧୨ ଘଣ୍ଟା ସମୟରେ କମିରା ଗ୍ରାମର ମୁନା ନାଏକ (୩୩) ଖମାରିପଡା ଗ୍ରାମରୁ ବାଇନିଂ ତାର କିଣି ଫେରୁଥିବା ବେଳେ କମିରା-ଖଣ୍ଡପଡା ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଗୁରୁତର ହୋଇଥିଲେ । ଏହି ଅବସ୍ଥାରେ ସ୍ଥାନୀୟ ଲୋକମାନଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତାଙ୍କର ମୁହଁରେ ଆଘାତ ଲାଗିଥିଲା । ଜହ୍ନାପା ଫାଣ୍ଡି ପୋଲିସ ଓ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ବେଳେ ଜଣାପଡିଛି । ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି ।

Post a Comment

Previous Post Next Post