ସ୍ୱାଧୀନତା ର ଅମୃତ ମହୋତ୍ସବ ଉଦଯାପିତ


 ସ୍ୱାଧୀନତା ର ଅମୃତ ମହୋତ୍ସବ ଉଦଯାପିତ 

 


ରିପୋର୍ଟର//ସୁଶାନ୍ତ କୁମାର ବେହେରା

ହରଭଙ୍ଗ,(ଆଜତକ୍ ଓଡ଼ିଶା) ଆମ ଭାରତ ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତ୍ତି ଅବସର ପ୍ରଥମ ପର୍ଯ୍ୟୟରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଅଧୀନରେ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳିତ ହୋଇ ଆଜି ଉଦଯାପିତ ହୋଇଅଛି!ଅକ୍ଟୋବର ୧୫ତାରିଖ ରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ର ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସନ୍ଦୀପ କୁମାର ଶତପଥି,ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଦ୍ୟାଧର ମହାନ୍ତି,ପ୍ରମୁଖ ଉପସ୍ଥିତ ରହି ଥିଲେ!ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ତଦାରଖ କରାଯାଇଥିଲା!ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ରାସ୍ତା ମଧ୍ୟରେ ଧଳପୁର -ଅତଲସରା, କୁସଙ୍ଗ -ଵାଣିଗୋଚ୍ଛା, ଲୁଣିବାହାଲ -ତାଲପଦର, ଦପଲା, ବରଗୋଚ୍ଛା -ନର୍ସିଙ୍ଗ ପୁର,ଆଦି ରାସ୍ତାରେ ସଫାସୁତୁରା ହେବାସହ ଜନସାଧାରଣ କିପରି ରାସ୍ତାରେ ଯିବା ଆସିବାରେ ସୁବିଧା ପାଇପାରିବେ ସେଥିପ୍ରତି ବିଭାଗ ତରଫରୁ ଗୁରୁତ୍ୱ ଆରୋପ କରାଯାଇଥିବା ବିଭାଗ ତରଫରୁ ସଚେତନତା କରାଯାଇ ଏହି କାର୍ଯ୍ୟକ୍ରମ ଟିକୁ ଉଦଯାପିତ କରାଯାଇଥିଲା।




Post a Comment

Previous Post Next Post