ଜରିଖଣ୍ଡିର ପୁନରୁଦ୍ଧାର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

ଜରିଖଣ୍ଡିର ପୁନରୁଦ୍ଧାର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

ରିପୋର୍ଟର// ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା): ବୌଦ୍ଧ ରାଜପ୍ରାସାଦର ଗଡଖାଇ ଭାବରେ ପରିଚିତ ଜରିଖଣ୍ଡିର ପୁନରୁଦ୍ଧାର କରାଯିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଏହି କାର୍ଯ୍ୟର ଭୂମି ପୂଜନ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର. ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର,ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ କନିଷ୍ଠଯନ୍ତ୍ରୀ ପବିତ୍ର ମୋହନ ପଣ୍ଡାଙ୍କ ଉପସ୍ଥିତିରେ ଠିକାସଂସ୍ଥାର ମାଲିକ ପ୍ରତାପ ଚନ୍ଦ୍ର ପରିଡାଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଅତିଥିମାନେ ନଡିଆ ଭାଙ୍ଗି କାର୍ଯ୍ୟାରମ୍ଭ କରିଥିଲେ । 

Post a Comment

Previous Post Next Post